BREAKING
Loading...
:

ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଅଭିଯୋଗ।

 ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟର ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଅଭିଯୋଗ।



ବ୍ରହ୍ମପୁର:ଗଞ୍ଜାମ ଜିଲ୍ଲାରେ ଜାଲ୍ ଶିକ୍ଷକଙ୍କ ତାଲିକା ବଢିବାରେ ଲାଗିଛି। ଜାଲ୍ ସାର୍ଟିଫିକେଟ୍  ଜରିଆରେ ବହୁ ଯୁବକଯୁବତୀ ଚାକିରି ହାତେଇଛନ୍ତି। ଗଞ୍ଜାମ ଜିଲ୍ଲାରେ ଜାଲ୍ ସାର୍ଟିଫିକେଟ୍ କାରବାରର ପେଣ୍ଠସ୍ଥଳି ପାଲଟିଛି। ଗଞ୍ଜାମ ଜିଲ୍ଲାରେ ୬୦୦ରୁ ଉର୍ଦ୍ଧ୍ବ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ୍ ଯାଞ୍ଚ ପାଇଁ ଅଭିଯୋଗ ହୋଇଥିବା ବେଳେ ପ୍ରାୟ ୧୧୭ ଜଣଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ବିଇଓ ଓ ଡିଇଓଙ୍କୁ ହାତଗୁଞ୍ଜା ଦେଇ ଅଧିକାଂଶ ଶିକ୍ଷକ ଶିକ୍ଷୟିତ୍ରୀ ସୁରକ୍ଷିତ ଥିବା ଚର୍ଚ୍ଚା ଶୁଣିବାକୁ ମିଳୁଛି। ବର୍ତ୍ତମାନ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ଦାଖଲ ହୋଇଛି। କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ପିଏମଶ୍ରୀ ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ଯାଳୟ,ବରିଡା-ଏ ର କାର୍ଯ୍ଯରତ ୩ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମଧ୍ଯରୁ ଜଣଙ୍କର ବିଇଡି ଓ ହିନ୍ଦ ସାର୍ଟିଫିକେଟ ଓ ଅନ୍ଯଜଣେ ଶିକ୍ଷକଙ୍କ ହିନ୍ଦ ସାର୍ଟିଫିକେଟ ଯାଞ୍ଚ ପାଇଁ ଅଭିଯୋଗ ହୋଇଥିବା ବେଳେ ଜଣେ ଶିକ୍ଷୟିତ୍ରୀ ଦଶମ ଶ୍ରେଣୀ ପାସ ପରେ ମିଳିଥିବା ଟିସିରେ ସେ ଦୁଇଟି କଲେଜରୁ  ଯୁକ୍ତଦୁଇ ରେ ପାସ କରିଛନ୍ତି। ଏହି ଘଟଣାର ତଦନ୍ତ କରିବା ପାଇଁ ସୂଚନା ଅଧିକାର କର୍ମୀ ସମରଜିତ୍ ମହାନ୍ତି ଗଞ୍ଜାମ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦ୍ଦେଶ୍ଯରେ ପିଟିସନ ଦେଇଛନ୍ତି। 


   ସୂଚନାନୁସାରେ ଶିକ୍ଷୟିତ୍ରୀଜଣକ ୨୦୦୧ରେ ଦଶମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ସେ କବିସୂର୍ଯ୍ୟନଗର ସ୍ଥିତ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟରେ ଯୁକ୍ତଦୁଇରେ ନାମ ଲେଖାଇବା ସହ ହାଇସ୍କୁଲ ଟିସି ଦାଖଲ କରିଥିଲେ। ୨୦୦୩ ରେ ସେ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ମାର୍କ ବଢାଇବା ପାଇଁ କବିସୂର୍ଯ୍ୟନଗର ସ୍ଥିତ ଡା. ଘନଶ୍ୟାମ ମିଶ୍ର ସଂସ୍କୃତ ମହାବିଦ୍ୟାଳୟରେ ଯୁକ୍ତଦୁଇରେ ପୁଣିଥରେ ନାମ ଲେଖାଇଥିଲେ। ସଂସ୍କୃତ ମହାବିଦ୍ୟାଳୟରୁ ୨୦୦୫ରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ପରେ  ପୋଲସରା ସ୍ଥିତ ସରକାରୀ ପ୍ରାଥମିକ ଶିକ୍ଷକ ଶିକ୍ଷାନୁଷ୍ଠାନରେ ନାମ ଲେଖାଇ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ଶିକ୍ଷକତା କରୁଛନ୍ତି।


    ତେବେ ଏଠାରେ ପ୍ରଶ୍ନ ଉଠୁଛି ଯେ, ସେ ପୁନର୍ବାର ହାଇସ୍କୁଲ ଟିସି ପାଇଲେ କେଉଁଠୁ । ଗୋଟିଏ ଟିସିରେ ସେ କେମିତି ଦୁଇଟି କଲେଜରେ ଯୁକ୍ତଦୁଇ ପଢିଲେ ତାହା ବର୍ତ୍ତମାନ ତଦନ୍ତ ସାପେକ୍ଷ ବୋଲି ଶ୍ରୀ ମହାନ୍ତି ତାଙ୍କ ପିଟିସନରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ,ମୁଖ୍ଯ ଶାସନ ସଚିବ,କମିଶନର ତଥା ସଚିବ ବିଦ୍ୟାଳୟ ଓ ଗଣ ଶିକ୍ଷାବିଭାଗ, ବିଭାଗୀୟ ମନ୍ତ୍ରୀ,ଗଞ୍ଜାମ ଜିଲ୍ଲାପାଳ, କ୍ରାଇମବ୍ରାଞ୍ଚ ଓ ଭିଜିଲାନ୍ସ ବିଭାଗକୁ ଅବଗତ କରାଇଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS