BREAKING
Loading...
:

କଳାପଥର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ

 କଳାପଥର ଅଞ୍ଚଳର ବିଶିଷ୍ଟ ବ୍ୟବସାୟୀଙ୍କ ପରଲୋକ 



ବାଙ୍କୀ,୧୫/୧(ମାନସ ରଞ୍ଜନ ସାହୁ):କଳାପଥର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ମାଗୁଣି ସାହୁଙ୍କ (85) ବର୍ଷ ବୟସରେ ସନ୍ଧ୍ୟାରେ ତାଙ୍କ ବାସ ଭବନ ବଡ଼ସାହିରେ ପରଲୋକ ଘଟିଛି । ସେ ବାଙ୍କୀ ଖ ରାଜ୍ୟ ତୈଲିକ ବୈଶ୍ୟ ସମାଜର ପୂର୍ବତନ ସଭାପତି ଏବଂ ଗାଁର ସଭାପତି ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ. ତାଙ୍କ ପରଲୋକରେ ବାଙ୍କୀ ବ୍ଲକ କଂଗ୍ରେସ ସଭାପତି ନରେଶ କୁମାର ସାହୁ, ଖ ରାଜ୍ୟ ସମ୍ପାଦକ ପ୍ରତାପ କୁମାର ମହାପାତ୍ର, କଳାପଥର ପଂଚାୟତ ସରପଞ୍ଚ ପ୍ରତିନିଧି ସମାଜସେବୀ ପ୍ରଫୁଲ କୁମାର ସ୍ୱାଇଁ,ପୂର୍ବତନ ସରପଞ୍ଚ ମିର୍ଜା ସର୍ଦ୍ଧାର ଅଲ୍ଲୀବେଗ,ବିଶିଷ୍ଟ ଚାଷୀ ନେତା ଧନେଶ୍ୱର ଭୋଇ, କଳାପଥର ଦୁର୍ଗା ବଜାର କମିଟି ସଭାପତି ଗୋପାଳ ଚରଣ ବେହେରାଙ୍କ ସମେତ ସଦସ୍ୟ ଏବଂ ଅଞ୍ଚଳର ବହୁ ମାନ୍ୟ ଗନ୍ୟ ବ୍ୟକ୍ତି, ବିଶିଷ୍ଟ ବ୍ୟବସାୟୀ  ଶିଳ୍ପପତି ପ୍ରମୁଖ ବାସ ଭାବନରେ ପହଁଚି ଶେଷ ଦର୍ଶନ କରିଥିଲେ. ତାଙ୍କର ବାର୍ଦ୍ଧକ୍ୟ ଜନିତ ମୃତ୍ୟୁରେ ବହୁ ବ୍ୟକ୍ତି ଶୋକ ପ୍ରକାଶ କରିବା ସହିତ ତାଙ୍କ ପରିବାରକୁ ସନ୍ତ୍ୱନା ପ୍ରଦାନ କରିଥିଲେ । ବ୍ୟବସାୟୀ ମାଗୁଣି ସାହୁଙ୍କ ମୃତ୍ୟୁ  ନିକଟରେ ସ୍ତ୍ରୀ, ଭଉଣୀ, ସାନ ଭାଇ ପ୍ରଫୁଲ କୁମାର ସାହୁ, ସାନ ପୁଅ ପ୍ରଦୀପ କୁମାର ସାହୁ, ବଡ଼ ବୋହୁ, ସାନ ବୋହୁ, ଝିଅ ଉପସ୍ଥିତ ଥିଲେ. ବଡ଼ ପୁଅ ପ୍ରସନ କୁମାର ସାହୁ ମୁଖଗ୍ନୀ ଦେଇଥିଲେ  l

ମଣିଭଦ୍ରା ଖବର, ବାଙ୍କୀ 

Post a Comment

Previous Post Next Post
Header ADS