BREAKING
Loading...
:

ବାସୁଦେବ ନଗର ସ୍ଥିତ ଶ୍ରୀବେଣୀ ସେଲିବ୍ରେସନ ଠାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି

 



ବ୍ରହ୍ମପୁର, ,  ପୂର୍ବାହ୍ଣ ୧୦ ରେ  ଲାୟନ୍ସ କ୍ଲବ ବ୍ରହ୍ମପୁର ଟେକ୍ନୋ ଏବଂ ମଣିପାଲ ହସ୍ପିଟାଲ, ଭୁବନେଶ୍ବର ଙ୍କ ମିଳିତ ଆନୁକୁଲ୍ୟରେ ବ୍ରହ୍ମପୁରର ବାସୁଦେବ ନଗର ସ୍ଥିତ ଶ୍ରୀବେଣୀ ସେଲିବ୍ରେସନ ଠାରେ ଏକ ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏହି ଶିବିରରେ ସାଧାରଣ ସ୍ବାସ୍ଥ୍ୟ ପରିକ୍ଷା ସହ ହୃଦରୋଗ, ଇ.ସି.ଜି, ଡାଏବେଟିସ ପରିକ୍ଷା, ଅସ୍ଥି ସ୍ବାସ୍ଥ୍ୟ ପରିକ୍ଷା, ରକ୍ତ ପରିକ୍ଷା ଇତ୍ୟାଦି ଉପଲବ୍ଧ କରାଇବା ସହ ଉପଯୁକ୍ତ ଡାକ୍ତରୀ ପରାମର୍ଶ ଯୋଗାଇ ଦିଆଯାଇଥିଲା । ବ୍ରହ୍ମପୁରର ଅନେକ ବ୍ୟକ୍ତିବିଶେଷ ଏହି ଶିବିରରେ ଯୋଗଦାନ କରି ନିଜ ନିଜର ସ୍ବାସ୍ଥ୍ୟ ପରିକ୍ଷା କରାଇଥିଲେ । ମଣିପାଲ ହସ୍ପିଟାଲ ତରଫରୁ ବରିଷ୍ଠ ଡାକ୍ତର ଡା. ସଦାଶିବ ମିଶ୍ର, ଡା. ଶାଶ୍ବତ କୁମାର ଏବଂ ଅନ୍ଯ ସ୍ୱାସ୍ଥ୍ୟସେବା କର୍ମଚାରୀ ସମୂହ ଏହି ସ୍ବାସ୍ଥ୍ୟ ଶିବିରରେ ସ୍ବାସ୍ଥ୍ୟ ପରିକ୍ଷା ସୁବିଧା ଓ ଆବଶ୍ୟକୀୟ ଡାକ୍ତରୀ ପରାମର୍ଶ ଉପଲବ୍ଧ କରାଇଥିଲେ । ଲାୟନ୍ସ ଜିଲ୍ଲା ୩୨୨ ସି ୪ ତରଫରୁ ଲାୟନ୍ସ ଜିଲ୍ଲା ଗଭର୍ଣ୍ଣର ଲାୟନ ଡ. ହେମନ୍ତ ଖୁଣ୍ଟିଆ ଏଥିରେ ଯୋଗଦାନ କରି ସ୍ବାସ୍ଥ୍ୟ ଆଲୋଚନା ପର୍ବରେ ଆନ୍ତର୍ଜାତିକ ସ୍ଥରରେ ଲାୟନ୍ସ କ୍ଲବର ସ୍ୱାସ୍ଥ୍ୟସେବା, ଜନସେବା ତଥା ବିଭିନ୍ନ ଜନକଲ୍ୟାଣ ମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ନିଜର ବହୁମୂଲ୍ୟ ବକ୍ତବ୍ଯ ରଖିଥିଲେ । ଲାୟନ୍ସ ଜିଲ୍ଲା ୩୨୨ ସି ୪ ର ପୂର୍ବତନ ଗଭର୍ଣ୍ଣର ଶ୍ରୀଯୁକ୍ତ ହରିହର ଦାସ ବି ଏଥିରେ ଯୋଗଦାନ କରି ନିଜର ବହୁମୂଲ୍ୟ ପରାମର୍ଶ ପ୍ରଦାନ କରିଥିଲେ । ବ୍ରହ୍ମପୁର ଲାୟନ୍ସ କ୍ଲବ ଟେକ୍ନୋର ସଭାପତି ଇଂ. ଲକ୍ଷ୍ମୀକାନ୍ତ ତ୍ରିପାଠୀ, ଉପ-ସଭାପତି ଆଇନଜୀବୀ (ଇଂ.) ବିଜୟ ଚନ୍ଦ୍ର ମିଶ୍ର, ସଂପାଦକ ଇଂ. ଆଦିତ୍ୟ କୁମାର ରଥ ପ୍ରମୁଖ ଏହି ଶିବିରକୁ ପରିଚାଳନା କରିଥିଲେ । ଲାୟନ୍ସ କ୍ଲବ ବ୍ରହ୍ମପୁରର ଅନ୍ଯ ସଦସ୍ଯମାନେ ବି ଏହି ଶିବିରରେ ଉତ୍ସାହର ସହ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କାରିବାରେ ସାହାଯ୍ଯ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS