ଶିକ୍ଷକଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଗଣିଆ ୦୧/୦୧(ମଣିଭଦ୍ରା ଖବର) ଗଣିଆ ବ୍ଳକ ଡଙ୍କାରିସାହି ସରକାରୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରଫୁଲ କୁମାର ମହାନ୍ତିଙ୍କର ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କ ଦ୍ୱାରା ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଜୟ କୁମାର ମହାରଣାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥିଭାବେ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ଯୋଗଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ନାଗରିକ ମଂଚର ସଭାପତି ଗିରିଶ କୁମାର ମିଶ୍ର, ସମ୍ମାନିତ ଅତିଥି ଭାବେ କନ୍ଧମାଳ ସାଂସଦଙ୍କ ବ୍ଳକ ପ୍ରତିନିଧି ଶରତ କୁମାର କର, ଗଣିଆ ବ୍ଳକର ପୂର୍ବତନ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ମିଶ୍ର, ସିଆରସିସି ସୁଶାନ୍ତ କୁମାର ରଣା, ପୂର୍ବତନ ପ୍ରଧାନଶିକ୍ଷକ ସୁରେଶ ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ବିଦାୟୀ ଶିକ୍ଷକଙ୍କୁ ଫୁଲତୋଡ଼ା, ଉପଢୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ଓ ଅତିଥିମାନେ ବିଦାୟୀ ଶିକ୍ଷକ ଶ୍ରୀମହାନ୍ତିଙ୍କ ଗୁଣଗାନ କରିଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ ,ଛାତ୍ରବତ୍ସଳ, ସମୟାନୁବର୍ତି ତଥା ପରୋପକାରୀ ଶିକ୍ଷକ ଭାବେ ବେଶ୍ ପରିଗଣିତ ଥିଲେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ବିଦାୟୀ ଶିକ୍ଷକଙ୍କୁ ଗ୍ରାମବାସୀ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରି ନିଜ ଗୃହରେ ଛାଡ଼ି ଆସିଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment