ବଦଳିଲେ ୨ ଥାନା ଏଏସଆଇ, ଦୁଇଜଣଙ୍କୁ ନେଲେ ଜଣଙ୍କୁ ବି ଦେଲେନି
ଗଣିଆ (ମଣିଭଦ୍ରା ଖବର) ନୟାଗଡ ଜିଲ୍ଲାର ବିଭିନ୍ନ ଥାନାରେ କାର୍ଯ୍ୟରତ ୧୭ ଜଣ ଏସଆଇ ଏବଂ ଏଏସଆଇ ମାନଙ୍କର ବଦଳି ହୋଇଥିବା ଜଣାପଡିଛି । ସେଥିମଧ୍ୟରୁ ଗଣିଆ ଥାନାରେ କାର୍ଯ୍ୟରତ ଏଏସଆଇ ମନୋରଞ୍ଜନ ପ୍ରଧାନଙ୍କର ଓଡ଼ଗାଁ ଥାନାକୁ ବଦଳି ହୋଇଥିବା ବେଳେ ଏଏସଆଇ ଦେବାଶିଷ ସେଠୀଙ୍କର ଫତେଗଡ ଥାନାକୁ ବଦଳି କରାଯାଇଛି । ତେବେ ଉଭୟ ଅଧିକାରୀ ଗଣିଆରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିବା ବେଳେ ତାଙ୍କର କାର୍ଯ୍ୟ ଶୈଳୀ ଅତ୍ୟନ୍ତ ଉଚ୍ଚକୋଟୀର ଥିଲା । ତେବେ ଗଣିଆ ଥାନାରୁ ଦୁଇ ଜଣଙ୍କୁ ବଦଳି କରାଯାଇଥିବା ବେଳେ ତାଙ୍କ ସ୍ଥାନରେ ଜଣଙ୍କୁ ବି ଗଣିଆ ଥାନାରେ ଅବସ୍ଥାପିତ କରାଯାଇନଥିବାରୁ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖାଦେଇଛି । ତେବେ ଆବଶ୍ୟକତା ଦୃଷ୍ଟିରୁ ଗଣିଆ ଥାନାକୁ ନୂତନ ଏଏସଆଇ ନିଯୁକ୍ତି କରିବାକୁ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ



Post a Comment