ଦକ୍ଷିଣ ଓଡ଼ିଶାର ଅଗ୍ରଣି ସାଂସ୍କୃତିକ ଉତ୍ସଵ
ବ୍ରହମପୁର ମହୋତ୍ସବ ୬ ଫେବୃୟାରୀ ରୁ ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ।
ବ୍ରହ୍ମପୁର -:
ଦକ୍ଷିଣ ଓଡ଼ିଶାର ଅଗ୍ରଣି ସାଂସ୍କୃତିକ ଉତ୍ସଵ
ବ୍ରହମପୁର ମହୋତ୍ସବ ୬ ରୁ ୧୨ ଫେବୃୟାରୀ ସାତଦିନ ବ୍ୟାପି ଆୟୋଜନ ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।ମହୋତ୍ସବ ରେ ସ୍ଵୟଂ ସହାୟକ ଗୋଷ୍ଟି , କୁଟୀର ଶିଳ୍ପ, ପ୍ରକାଶକ ଓ ସରକାରୀ ବେସରକାରୀ ବିଭିନ୍ନ କିସମର ଷ୍ଟଲ ସହ, ପ୍ରତ୍ୟେକ ଦିନ ଶିକ୍ଷା,ସାହିତ୍ୟ ସଂସ୍କୃତି ପରମ୍ପରା, ଅର୍ଥନୀତି ର ବିକାଶ ନେଇ ଆଲୋଚନା ଅନୁଷ୍ଠିତ ହେବ।ଛାତ୍ର ଛାତ୍ରୀ ମହିଳା ଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ସହ ସ୍ବାସ୍ଥ୍ୟ ସେବା ଶିବିର ରକ୍ତ ଦାନ, ବକ୍ସିଂ, ସୁନ୍ଦର୍ ସ୍ୱାସ୍ଥ୍ୟ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ସ୍ମରଣିକା ପ୍ରକାଶ କରାଯିବା ନେଇ ନିଷ୍ପତି ହୋଇଛି। ମହୋତ୍ସବ କୁ ସଫଳ ରୂପେ ପରିଚାଳନା କରିବା ନିମନ୍ତେ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନୀଲ କୁମାର ଙ୍କ ଅଧ୍ୟକ୍ଷତାରେ ବ୍ରହ୍ମପୁର ମହୋତ୍ସବ କମିଟି ଗଠନ କରାଯାଇଛି। ରେସ୍ପନ୍ସ ମର୍କେଟିଙ୍ଗ ଇଭେଣ୍ଟ ଏହାର ଦାୟିତ୍ଵ ନେଇଥିବା ବେଳେ ରାଜ୍ୟ ସରକାରଙ୍କ ସାଂସ୍କୃତିକ ବିଭାଗ ସହ ଅନ୍ୟାନ୍ୟ ବିଭାଗ ଓ ପ୍ରଶାସନିକ, ପୋଲିସ , ମହାନଗର ନିଗମ ସମସ୍ତ ଙ୍କ ସହୋଜୋଗରେ ଏହାକୁ ଏକ ସୁନ୍ଦର୍ ଓ ସଫଳ ମହୋତ୍ସବ ଭାବେ ଆୟୋଜନ କରାଯିବ ବୋଲି ଆୟୋଜକ ମହାନ୍ ସଂଘ୍ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଠାରୁ ପ୍ରକାଶ। ଏଥି ନେଇ ଏକ ପ୍ରସ୍ତୁତି ବୈଠକ ମହାନ୍ ସଂଘ୍ କାର୍ଯ୍ୟଲୟରେ ଗତ କାଲି ଅନୁଷ୍ଠିତ ହୋଇ ଯାଇଥିବା ବେଳେ ମହୋତ୍ସବ କମିଟି ଅଧ୍ୟକ୍ଷ ତଥା ବିଧାୟକ ଙ୍କ ସହ ମହାନ୍ ସଂଘ୍ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ, ସାଧାରଣ ସମ୍ପାଦକ ପ୍ରସାନ୍ତ କୁମାର ପାତ୍ର, ଉପସଭାପତି ଭି ରବିକୁମର ଗୁପ୍ତା, ସହ ସମ୍ପାଦକ ପ୍ରକାଶ ଭଜନି, ମହୋତ୍ସବ କମିଟି ସମ୍ପାଦକ ଶ୍ରୀ ସିମାଞ୍ଚଲ୍ ପାଣିଗ୍ରାହୀ , ଶ୍ରୀ ସୁରେଶ ତ୍ରିପାଠୀ ପ୍ରମୁଖ ଆଲୋଚନା କରିଥିବା ବେଳେ ନିକଟରେ ଅନ୍ୟମାନଙ୍କୁ ନେଇ କମିଟି ଗଠନ ସହ ଚୁଡାନ୍ତ ରୂପରେଖ ପ୍ରସ୍ତୁତି କରାଯିବା ନେଇ ନିଷ୍ପତି ହୋଇଛି।ଗତକାଲି ମହାନ୍ ସଂଘ୍ କାର୍ଯ୍ୟାଳୟ ରେ ସଭାପତି ଶ୍ରୀ ସୁଶାନ୍ତ କୁମାର ସାବତ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ରେ ଶ୍ରୀ ନୃସିହ ନାଥ ନନ୍ଦ, ରବିଶଙ୍କର, ପ୍ରକାଶ ଭାଜନି, ବୁଚି ବାବୁ, ଭି ରବିକୁମାର ଗୁପ୍ତା, ରାଜୀବ କୁମାର ମହାନ୍ତି, ଶ୍ରୀମତୀ ବନ୍ଦିତା ତ୍ରିପାଠୀ, ଭଗବାନ ବେହେରା, ଅସ୍ମିତା ମହାନ୍ତି, ଶ୍ରୀମତୀ ସାଧନା ପାଢ଼ୀ, ଶ୍ରୀମତୀ ପୁଷ୍ପାଞ୍ଜଳି ମହାପାତ୍ର, ଶ୍ରୀକାନ୍ତ ସାବତ, ସିମାଞ୍ଚଲ୍ ପାଣିଗ୍ରାହୀ, ତପନ ପଣ୍ଡା, ମଂନରଞ୍ଜନ ପାଢ଼ୀ ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment