BREAKING
Loading...
:

ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ

 



ଆନନ୍ଦପୁର : ହାଟଡିହି ବ୍ଲକର ପିଇଓ ଜିତେନ୍ଦ୍ର ଜେନାଙ୍କ ବସନ୍ତିଆ ସ୍ଥିତ ଘର ଓ ପତ୍ନୀଙ୍କ ନାମରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଉପରେ ଭିଜିଲାନ୍ସ ଚଢ଼ାଉ। ମୋଟ ୬ଟି ସ୍ଥାନରେ ଏହି ଚଢ଼ାଉ କରା ଯାଉଥିବା ସୂଚନା ମିଳିଛି। ଜିତେନ୍ଦ୍ର ଦୀର୍ଘ ବର୍ଷ ହେବ ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତର ପିଇଓ ଥିବାବେଳେ ଏବେ ବଞ୍ଚୋ ଏବଂ ବାଲିବରେଇ ପଞ୍ଚାୟତର ପିଇଓ ଅଛନ୍ତି। ଭୋର ସମୟରୁ ଭିଜିଲାନ୍ସ ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଛି। କେନ୍ଦୁଝର ଭିଜିଲାନ୍ସ ବିଭାଗର ୪ଜଣ ଡ଼ିଏସପି, ୮ଜଣ ଇନ୍ସପେକ୍ଟରଙ୍କୁ ନେଇ ହାଟଡିହି ବ୍ଳକର ୬ଟି ସ୍ଥାନରେ ଏହି ଚଢାଉ କରାଯାଉଛି। ମରୈଗାଁସ୍ଥିତ ନିଜ ଘର, ବସନ୍ତିଆ ରେ ଥିବା ଘର, ଜଗନ୍ନାଥପୁରରେ ଥିବା ଦୋକାନ, ଗୋଦାମ ଘର, ବନ୍ତଳାସ୍ଥିତ ପୈତୃକ ଘର, ବଞ୍ଚୋ, ବାଲିବରେଇ ପଞ୍ଚାୟତ କାର୍ଯ୍ୟାଳୟରେ ଚଢାଉ ଜାରି ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS