ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଓଡ଼ିଶା ଡ୍ରାଇଭର ମହାସଂଘ ସଦସ୍ୟ
କନ୍ଧମାଳ (ମଣିଭଦ୍ରା ଖବର) ଓଡ଼ିଶା ଡ୍ରାଇଭର ମହାସଂଘର ମହାନତା ମୃତ ଡ୍ରାଇଭର ପରିବାରଙ୍କୁ ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ଭାଇମାନେ। ସେବା କରି ମାନବିକତା ସୃଷ୍ଟି କରି ସମାଜ ପାଇଁ ଏକତା ହିଁ ବଳ ଏକ ଜୀବନ୍ତ ଉଦାହରଣ ସୃଷ୍ଟି କରି ପାରିଛନ୍ତି । କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାର ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଆଜି ବାଲିଗୁଡ଼ା ସ୍ଥିତ ଡ୍ରାଇଭର ସ୍ବର୍ଗତ କପିଳ ପଟ୍ଟନାୟକ ପରିବାର ଭେଟି ସମବେଦନା ଜଣାଇଛନ୍ତି। ତତ୍ ସହିତ ନିଜସ୍ଵ ପାଣ୍ଠିରୁ କିଛି ଆର୍ଥିକ ଅନୁଦାନ ଯୋଗାଇ ଦେଇଛନ୍ତି ଓ ସରକାରୀ ଜନ ସ୍ବାସ୍ଥ୍ୟ କଲ୍ୟାଣ ବିଭାଗ ପକ୍ଷରୁ ମଧ୍ୟ ନିର୍ଦ୍ଧିଷ୍ଟ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇ ମୃତକ ପରିବାରକୁ ଆଶ୍ଵାସନା ଦେଇଛନ୍ତି। ସୂଚନା ମୁତାବକ କନ୍ଧମାଳ ଜିଲ୍ଲାର ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ଜଣେ କାର୍ଯ୍ୟରତ ଡ୍ରାଇଭର ସ୍ବର୍ଗତ କପିଳ ପଟ୍ଟନାୟକ ଦେହ ଅସୁସ୍ଥ ହୋଇଥିଲା ଓ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସେ ଓଡ଼ିଶା ଡ୍ରାଇଭର ମହାସଂଘ ସଦସ୍ୟ ଥିବାରୁ ଆଜି ଓଡ଼ିଶା ଡ୍ରାଇଭର ମହାସଂଘ ବାଲିଗୁଡ଼ା ପକ୍ଷରୁ ସମସ୍ତ ଡ୍ରାଇଭର ମହାସଂଘ ସାମୁହିକ ଭାବେ ମୃତକ ପରିବାରକୁ ଭେଟିବା ପାଇଁ ସହରର ବରାଳ ଦେବି ମନ୍ଦିର ନିକଟରୁ ବାହାରି ଏକ ବିରାଟ ଶୋଭାଯାତ୍ରା ବାହାରି ଗୁଳିମରାପଦା ମୃତକ ପରିବାରକୁ ଭେଟି ସମବେଦନା ଜଣାଇ ଏହି ଦୁଃଖଦ ଆର୍ଥିକ ସହାୟତା ରାଶି ପ୍ରଦାନ କରି ଏକ ମହାନତା ଦେଖାଇ ପାରିଛନ୍ତି। ଯାହା ସେବା କରି ସହରରେ ବର୍ତ୍ତମାନ ବେଶ୍ ଚର୍ଚ୍ଚା ପାଲଟିଛି।
କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବିଜ୍ଞାପିତ ଅଂଚଳରୁ ସଲମନ ଦିଗାଲ ଙ୍କ ରିପୋର୍ଟ ମଣିଭଦ୍ରା ଖବର


إرسال تعليق