BREAKING
Loading...
:

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର, କମିଛି ଶିଶୁ ମୃତ୍ୟୁ ହାର

 *ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର, କମିଛି ଶିଶୁ ମୃତ୍ୟୁ ହାର*

  


ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ବିଧାନସଭାରୁ ଆସିଲା ଚିନ୍ତାଜନକ ରିପୋର୍ଟ। ୨୦୧୭ ରୁ ୨୦୧୯ ଭିତରେ ୧୩୬ ଜଣ ମାଆଙ୍କ ମୃତ୍ୟୁ ହୋଇଥିଲା। ୨୦୧୮-୨୦ ଭିତରେ ୧୧୯ ଜଣ ମାଆଙ୍କ ଜୀବନ ଯାଇଥିଲା। ୨୦୧୯ ରୁ ୨୦୨୧ ଭିତରେ ୧୧୯ ଜଣ, ୨୦୨୦ ରୁ ୨୦୨୨ ଭିତରେ ୧୩୬ ଜଣ, ୨୦୨୧-୨୩ ରେ ୧୫୩ ଜଣ ମାଆଙ୍କ ପ୍ରାଣ ଯାଇଛି। ବିଜେଡି ବିଧାୟକ ଗୌତମ ବୁଧ ଦାସଙ୍କ ପ୍ରଶ୍ନରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଲିଖିତ ଉତ୍ତର ଦେଇଛନ୍ତି।


ସେହିପରି ଶିଶୁ ମୃତ୍ୟୁ ହାରକୁ ନେଇ ଆଶ୍ଵସ୍ତିଜନକ ଖବର ଆସିଛି। ରାଜ୍ୟରେ ଶିଶୁ ମୃତ୍ୟୁ ହାର କମିଛି। ୨୦୧୯ରେ ୪୩ ଜଣ, ୨୦୨୦ ରେ ୩୯ ଜଣ, ୨୦୨୧ରେ ୩୮ ଜଣ, ୨୦୨୨ ରେ ୩୭ ଜଣ, ୨୦୨୩ରେ ୩୫ ଜଣ ପାଞ୍ଚ ବର୍ଷରୁ କମ୍ ଶିଶୁଙ୍କ ଜୀବନ ଯାଇଛି। ସ୍ଵାସ୍ଥ୍ୟ ମନ୍ତ୍ରୀ ଏନେଇ ଗୃହରେ ଲିଖିତ ଉତ୍ତର ରଖିଛନ୍ତି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS