ବାଜପାୟୀଙ୍କ ୧୦୧ ତମ ଜୟନ୍ତୀ ପାଳିତ
ଗଣିଆ ୨୫/୧୨(ମଣିଭଦ୍ରା ଖବର) ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରି ବାଜପାୟୀଙ୍କ ୧୦୧ ତମ ଜୟନ୍ତୀ ଗଣିଆସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଜେପି ଯୁବନେତା ଶୁଭ୍ରଜିତ ପଣ୍ଡାଙ୍କ ନେତୃତ୍ଵରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥି ରାଘବ ମଲ୍ଲିକ,ଗଣିଆ ସରପଞ୍ଚ ଗିରିଧାରୀ ସେଠୀ, ମହିଳା ମୋର୍ଚ୍ଚା ସଭାପତି ରଞ୍ଜୁଲତା ପଣ୍ଡାଙ୍କ ସମେତ ବହୁ ବିଜେପି କର୍ମୀ ଉପସ୍ଥିତ ଥିଲେ । ସାରା ଦେଶ ଆଜିର ଦିବସକୁ ସୁଶାସନ ଦିବସ ରୁପେ ପାଳନ କରୁଥିବା ବେଳେ ଅତିଥି ମାନେ ଅଟଳ ବିହାରି ବାଜପାୟୀଙ୍କ ଗୁଣଗାନ କରିଥିଲେ । ଏହି ଅବସରରେ ବରିଷ୍ଠ ବିଜେପି କର୍ମୀ ଚରଣ ସାହୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।
ମଣିଭଦ୍ରା ଖବର, ଗଣିଆ


إرسال تعليق