କଳାପଥର କପ କ୍ରିକେଟ
ସତ୍ୟଭାମା ଚୌଧୁରୀ ସ୍ମାରକୀ ଟୁର୍ନାମେଣ୍ଟ: ମଞ୍ଚେଶ୍ଵର ସେମିରେ
କଳାପଥର, 6l12(ମାନସ ରଞ୍ଜନ ସାହୁ): ବାଙ୍କୀ ଉପଖଣ୍ଡର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ଜୀବନ ଜ୍ୟୋତି କ୍ରିକେଟ କ୍ଳବ କଳାପଥର ଆନୁକୂଲ୍ୟରେ କଳାପଥର ଧଳାପଥର ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥିବା ଦ୍ଵିତୀୟ ସତ୍ୟଭାମା -ଚୌଧୁରୀ ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟର ଦ୍ଵିତୀୟ ଦିବସ ମ୍ୟାଚରେ ମେଣ୍ଢାଶାଳକୁ 4 ଓ୍ଵିକେଟରେହରାଇ ମଞ୍ଚେଶ୍ଵର ସେମିଫାଇନାଲରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ମେଣ୍ଢାଶାଳ ନିର୍ଧାରିତ 25ଓଭରରେ 9 ଓ୍ଵିକେଟ ହରାଇ 216ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଅଟଲ ସିଂ ସୁରୁୱାର ସର୍ବାଧିକ 57 ରନ (32 ବଲ୍) ସଂଗ୍ରହ କରିଥିଲେ ।
ମଞ୍ଚେଶ୍ଵର ଦଳର ପ୍ରଦ୍ୟୁମ୍ନ ସାହୁ ସର୍ବାଧିକ ୩ଟି ସଫଳତା ପାଇଥିଲେ. ଏହାର ଜବାବରେ ମଞ୍ଚେଶ୍ଵର ଦଳ 21.4 ଓଭରରେ 6 ଓ୍ଵିକେଟ ହରାଇ ଆବଶ୍ୟକ 217ରନ କରି ବିଜୟଲାଭ କରିଥିଲା । ଦଳ ପକ୍ଷରୁ ଅଭୟ ମଲ୍ଲିକ ସର୍ବାଧିକ65 ରନ (39ବଲ୍)ସଂଗ୍ରହ କରି ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଜିର ମ୍ୟାଚ କୁ ଗୋରାଚାନ୍ଦ ମିଶ୍ର ଏବଂ ଦେବପ୍ରସାଦ ସାହୁ ପରିଚାଳନା କରିଥିଲା ବେଳେ ଦୀପକ କୁମାର ନାୟକ ଘୋଷକ ଓ ପାର୍ଥବୀର ରାୟଗୁରୁ ସ୍କୋରର୍ ଥିଲେ . ସମାଜସେବୀ ତଥା ଶିକ୍ଷାବିତ ଧରମୁଧର ଯୁଝାରସିଂହ ଓ ବସନ୍ତ କୁମାର ନାୟକ ଅତିଥି ଭାବେ ଯୋଗଦେଇ ସ୍ଵର୍ଗତା ସତ୍ୟଭାମା ସାହୁଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଆସନ୍ତା କାଲି 3ୟ କ୍ୱାର୍ଟରଫାଇନାଲ ମ୍ୟାଚରେ ଭାଲିଆବାଡି ଏବଂ ବାଙ୍କୀ ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କ୍ଳବର ସଭାପତି ନରେଶ କୁମାର ସାହୁ ସୂଚନା ଦେଇଛନ୍ତି ।
ମଣିଭଦ୍ରା ଖବର, ବାଙ୍କୀ



Post a Comment