BREAKING
Loading...
:

ଗ୍ରୀନ ଫିଲ୍ଡ ଜାତୀୟ ରାଜପଥ ଜମି ଅଧିଗ୍ରହଣ ର ନ୍ୟାର୍ଯ୍ୟ ଦାବି ନେଇ ଚାଷୀ ମାନଙ୍କ ଧାରଣା *

 ଗ୍ରୀନ ଫିଲ୍ଡ ଜାତୀୟ ରାଜପଥ ଜମି ଅଧିଗ୍ରହଣ ର ନ୍ୟାର୍ଯ୍ୟ ଦାବି ନେଇ ଚାଷୀ ମାନଙ୍କ ଧାରଣା *



ବାଙ୍କୀ  ,  - : ବାଙ୍କୀ ଉପଖଣ୍ଡ ସୀମିଳି ପୁର, ବିଲିପଡ଼ା , ହରିରାଜ ପୂର     ଦେଇ ଗ୍ରୀନ ଫିଲ୍ଦ ଜାତୀୟ ରାଜପଥର ଜମି ଅଧିଗ୍ରହଣ ର  ଉଚିତ ମୂଲ୍ୟାଙ୍କନ ର ସଂଶୋଧନ ନିମନ୍ତେ  ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ  ବିଲିପଡ଼ା , ହରିରାଜ ପୁର ଶିମିଳିପୁର ପଞ୍ଚାୟତର ଶତାଧିକ ଚାଷୀ ମାନେ  ୩ ଦଫା ଦାବୀ ନେଇ ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ।ଶତାଧିକ ପୁରୁଷ ଓ ମହିଳା ଚାଷୀ ପଞ୍ଚାୟତ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବାଙ୍କୀ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପରିବା ଓ ଧାନକେଣ୍ଡା ରଖି ନିଜର ପ୍ରତିବାଦ  ଜଣାଇଥିଲେ। ଚାଷ ଜମିର ବଜାର ଦର ଅନୁଯାୟୀ ଜମିର ମୂଲ୍ୟାଙ୍କନ କରାଯାଇ ଏହି ତିନୋଟି ମୌଜାର ଚାଷୀମାନଙ୍କୁ ୫ ଗୁଣା ଅଧିକ କ୍ଷତିପୂରଣ ଦେବା ସହିତ କ୍ଷତିଗ୍ରସ୍ଥ ଚାଷୀଙ୍କ ପରିବାରର ଜଣଙ୍କୁ କେନ୍ଦ୍ର ସରକାରଙ୍କ ଅଧୀନରେ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବୀ କରି ଚାଷୀମାନେ ଧାରଣା ଦେଇଥିଲେ । ସରକାର ଙ୍କ ପକ୍ଷରୁ  ଜମିର ଯେଉଁ ମୂଲ୍ୟାଙ୍କନ କରାଯାଇଛି  ଜମି ବଦଳରେ   ଜଣେ ଚାଷୀ ସବୁଦିନ ପାଇଁ ତାର ଯେଉଁ  ଚାଷ ଜମି ଟି ହରାଇ ବସିବ ତାର ପ୍ରତିବଦଳରେ ସେହି ଚାଷୀ ପରିବାର ଟିକୁ  ଉପଯୁକ୍ତ ମୂଲ୍ୟ ନମିଳେ ତେବେ ଚାଷୀ ପରିବାର ମାନେ ବାଧ୍ୟ ହୋଇ ଭବିଷ୍ୟତରେ ସାତ ପୁରୁଷର ଭିଟାମାଟି ଛାଡ଼ି ବାହାର ଦେଶରେ ଦାନନ୍ ଖଟିବାକୁ ବାଧ୍ୟ ହେବ ବୋଲି ଅତି ଦୁଃଖର ସହିତ କହିଛନ୍ତି । ବାଙ୍କୀ ଉପଜିଲ୍ଲାପାଳ ଅନୁପସ୍ଥିତ ଥିବା ବେଳେ ଦୀର୍ଘ ୨ ଘଣ୍ଟା ଚାଷୀ ମାନେ ଧାରଣା ରେ ବସିବା ପରେ ବାଙ୍କୀ ଅତିରିକ୍ତ ଉପ ଜିଲ୍ଲାପାଳ ଜେ କଳ୍ପନା ଘଟଣା ସ୍ଥଳରେ ଚାଷୀ ମାନଙ୍କ ପାଖରେ ପହଞ୍ଚି ଆଲୋଚନା କରିବା ସହିତ ଦାବି ପତ୍ର ଗ୍ରହଣ କରିବା ସହିତ ବିଭାଗୀୟ ଅଧିକାରୀ ଙ୍କ ସହ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ପରେ ଚାଷୀ ମାନେ ଧାରଣା ପ୍ରତ୍ୟାହୃତ କରିଥିଲେ । ସୂର୍ଯ୍ୟକାନ୍ତ ଭୂୟାଁ , ଇଙ୍କର ସାହୁ , ବସନ୍ତ ସାହୁ , ମଦନ ମୋହନ ବେହେରା , ଯୋଗେଶ ଚନ୍ଦ୍ର ନାୟକ , ପୀତବାସ ନାୟକ , ଶରତ ଚନ୍ଦ୍ର ମନ୍ତ୍ରୀ , ଖଗେଶ୍ବର ପ୍ରଧାନ , କାଶୀନାଥ ପ୍ରଧାନ, କାହୁଁ ଚରଣ ସାମଲ , ଯଦୁମଣି ସାମଲ , ଶରତ ଚନ୍ଦ୍ର ନାୟକ , ବାସନ୍ତୀ ମଞ୍ଜରୀ ନାୟକ , ହୁଲାସ ନାୟକ , ଲିଲି ନାୟକ , ପ୍ରତାପ ନାୟକ , ବେଣୁଧର ସାହୁ , ମଧୁସୂଦନ ସାମଲ ଙ୍କ ସମେତ ତିନି ଗୋଟି ପଞ୍ଚାୟତ ର ଶତାଧିକ ଚାଷୀ ମାନେ ଧାରଣା ଦେଇଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS