BREAKING
Loading...
:

ପାଞ୍ଚଙ୍ଗା,ତିଗିରିଆ କୁ ହରାଇ ମେଣ୍ଢାଶାଳ ସେମିରେ

  ପାଞ୍ଚଙ୍ଗା, ତିଗିରିଆକୁ ହରାଇ ମେଣ୍ଢାଶାଳ ସେମିରେ


ଗଣିଆ ୨୭/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ରଘୁନାଥ ଜୀଉ କ୍ଳବ୍ ଆନୁକୂଲ୍ୟରେ ୪୮ ତମ ଦୟାନିଧି ସାହୁ ଏବଂ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ ଦିନରେ ପରସ୍ପରକୁ ଭେଟିଥିଲେ ପାଞ୍ଚଙ୍ଗା, ତିଗିରିଆ ଏବଂ ମେଣ୍ଢାଶାଳ,ଖୋର୍ଦ୍ଧା ।  ମେଣ୍ଢାଶାଳ ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୨୦ ଓଭରରେ ୩ ଉଇକେଟ ହରାଇ ବିଶାଳ ୩୫୬ ରନ୍ ସଂଗ୍ରହ କରିଥିଲା । ସୁନିଲ ସାହୁ ୩୯ ବଲରୁ ଧୁଆଁଧାର ୧୦୬ ରନ୍ ଏବଂ ମିଥୁନ ମଜୁମଦାର ୩୩ ବଲରୁ ୯୧ ରନ୍ ସଂଗ୍ରହ କରିଥିଲେ । ଜବାବରେ ତିଗିରିଆ ୨୦ ଓଭରରେ ୭ ଉଇକେଟ ହରାଇ ୨୭୯  ରନ୍ ସଂଗ୍ରହ କରି ମ୍ୟାଚଟିକୁ  ହାରି ଯାଇଥିବା ବେଳେ ତୃତୀୟ  ଦଳ ଭାବେ ମେଣ୍ଢାଶାଳ ସେମିଫାଇନାଲରେ ପ୍ରବେଶ କରିଛି । ମେଣ୍ଢାଶାଳର ସୁନିଲ ସାହୁଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ଦଧିବାମନ ଜୀଉ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅଜୟ କୁମାର ମହାରଣା, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ତଥା ବରିଷ୍ଠ ଅମ୍ପାୟାର ପୂର୍ଣ୍ଣଚନ୍ଦ୍ର ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲି ଚତୁର୍ଥ ଦିନର ଖେଳ ସୁକିନ୍ଦା, ଯାଜପୁର ବନାମ  ଖୋର୍ଦ୍ଧା-୧୧ ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS