BREAKING
Loading...
:

ମାଁ ବ୍ରାହ୍ମଣ ଦେବୀ ମନ୍ଦିର ରୁପାନ୍ତରଣରେ ଦୁର୍ନୀତିର ଗନ୍ଧ: ଅଧା କାମରେ ଏକ କୋଟି କୋଡିଏ ଲକ୍ଷ ଚଳୁ,

 ମାଁ ବ୍ରାହ୍ମଣ ଦେବୀ ମନ୍ଦିର ରୁପାନ୍ତରଣରେ ଦୁର୍ନୀତିର ଗନ୍ଧ: ଅଧା କାମରେ ଏକ କୋଟି କୋଡିଏ ଲକ୍ଷ ଚଳୁ,



ବେଲଗୁଣ୍ଠା --ସରକାର ୨୦୨୩ରେ ୫ଟି ଜରିଆରେ ମନ୍ଦିର ରୁପାନ୍ତରଣ ପାଇଁ କୋଟି କୋଟି ଟଙ୍କା ଅନୁମୋଦନ ଦେଇଥିଲେ । ଏହି ରୁପାନ୍ତରଣରେ ସାମିଲ୍ ହୋଇଥିଲା ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠାର ଅଧିଷ୍ଠାତ୍ରୀ ଦେବୀ ମାଁ ବ୍ରାହ୍ମଣ ଦେବୀ ମନ୍ଦିର ।ଏହି ପ୍ରସିଦ୍ଧ ମନ୍ଦିରର ରୁପାନ୍ତରଣ ପାଇଁ ଏକ କୋଟି କୋଡିଏ ଲକ୍ଷ ଟଙ୍କାର ଅଟକଳ ହୋଇ ଟଙ୍କା ମଞ୍ଜୁର ମଧ୍ୟ ହୋଇଥିଲା ।କିନ୍ତୁ ଦୁଇ ବର୍ଷରୁ ଉର୍ଦ୍ଧ୍ବ ହେବ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି କି ନାହିଁ ଜଣାପଡୁନାହିଁ ।

ଫଳକର କାର୍ଯ୍ୟାରମ୍ଭ ତାରିଖ ୨୮ ଡିସେମ୍ବର ୨୦୨୩ ରହିଥିବା ବେଳେ କାର୍ଯ୍ୟ ସଂପୂର୍ଣ୍ଣ ତାରିଖ ୨୭ ଏପ୍ରିଲ ୨୦୨୪ ଦର୍ଶାଯାଇଛି । କିନ୍ତୁ ମାତ୍ର ଚାରି ମାସ ମଧ୍ୟରେ ଏତେ ଟଙ୍କାରେ କାମ କେମିତି ସମାପ୍ତ ହୋଇଛି ଏ କେଉଁ ଧରଣର ହୋଇଛି ତାହା ସନ୍ଦେହ ଘେରରେ । କାର୍ଯ୍ୟାରମ୍ଭ ସମୟରେ ମନ୍ଦିର କମିଟି, ଠିକାଦାର ଓ ଯନ୍ତ୍ରୀ ମିଶି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହିତ କେଉଁ କେଉଁ କାର୍ଯ୍ୟ କରାଯିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା । କିନ୍ତୁ କମିଟିର ଅଭିଯୋଗ ପ୍ରକାରେ କନିଷ୍ଠ ଯନ୍ତ୍ରୀ ଓ ଠିକାଦାରଙ୍କ କହିବା ଅନୁସାରେ ମନ୍ଦିର କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଆଲୋଚନା ମୁତାବକ ଯଜ୍ଞ ମଣ୍ଡପ, ମୁଖ୍ୟ ଫାଟକ ଓ ଡ୍ରେନେଜ୍ ଭଳି ଜରୁରୀ କାମ ହୋଇନଥିବା ଅଭିଯୋଗ କରିଛନ୍ତି  ।ମନ୍ଦିରର ହୋଇଥିବା କାର୍ଯ୍ୟକୁ ଦେଖିଲେ ଏକ କୋଟି କୋଡିଏ ଲକ୍ଷ ଖର୍ଚ୍ଚ ହୋଇଥିବା ମଧ୍ୟ ଦେଖାଯାଉନାହିଁ  l  କମିଟି, ରାସ୍ତା ଓ କୋଠାବାଡ଼ି ବିଭାଗର କଥା ମିଶୁ ନ ଥିବା ବେଳେ ଗତ ଜୁନ୍ ମାସ ୧୯ ତାରିଖରେ ମନ୍ଦିରର ପରିଚାଳନା କମିଟି ମାନେ ଭଞ୍ଜନଗର ପୁର୍ତ୍ତ ବିଭାଗ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କୁ ଅଭିଯୋଗ ପତ୍ର ଦାଖଲ କରି ତାହାର ନକଲ   ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରେରଣ କରିଥିଲେ ମଧ୍ୟ ତାହାର ସୁଫଳ ମିଳିପାରିନଥିବା କମିଟି ଅଭିଯୋଗ କରିଛନ୍ତି । ମନ୍ଦିର ତିଆରିରେ ବଡ଼ ଧରଣର ଦୁର୍ନୀତି ହୋଇଥିବା ନେଇ ଜନସାଧାରଣରେ ଆଲୋଚନା ହେଉଛି । ଗୋଟିଏ କଥା ଚର୍ଚ୍ଚା ହେଉଛି କାର୍ଯ୍ୟ ଚାଲିଥିବା ସମୟରେ  କମିଟି କାହିଁକି ଅଭିଯୋଗ କଲାନି ? କାମ ସାରିବାର ବହୁଦିନ ପରେ ଅଭିଯୋଗ କୁ ନେଇ ଅଞ୍ଚଳବାସୀ ଙ୍କ ମନରେ ବିଭିନ୍ନ ପ୍ରଶ୍ନ ଆସୁଛି l  ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରି ଠିକାଦାରଙ୍କ ବିରୋଧରେ ଦୃଢ଼ କାଯ୍ୟନୁଷ୍ଠାନ ଆବଶ୍ୟକ ବୋଲି ଜନସାଧାରଣ ଦାବି କରିଛନ୍ତି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS