ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରାଥମିକ ଶିକ୍ଷକ ସଂଘର ଦାବିପତ୍ର ପ୍ରଦାନ
ଗଣିଆ ୨/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଦୁଇ ଦଫା ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ଏହି ଦାବିପତ୍ରରେ ସେମାନେ ଉଲ୍ଲେଖ କରିଛନ୍ତି ଯେ ପ୍ରାଥମିକ ଶିକ୍ଷକ ମାନଙ୍କର ମୂଳ ପଦବୀକୁ ଅପଗ୍ରେଡ କରି ଲେବୁଲ-୯ ଅନୁଯାୟୀ ମୂଳ ବେତନ ୩୫,୪୦୦ ଟଙ୍କା ପ୍ରଦାନ କରିବା, ପ୍ରାଥମିକ ଶିକ୍ଷା ବ୍ୟବସ୍ଥାରୁ ଠିକା ପ୍ରଥା ଉଚ୍ଛେଦ କରି ୨୦୦୧ ମସିହାରୁ ଅଦ୍ୟାବଧି କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କର ଠିକା କାର୍ଯ୍ୟକାଳକୁ ମୂଳ ଚାକିରିରେ ଗଣନା କରିବା ସହିତ ଇନକ୍ରିମେଣ୍ଟ ପ୍ରଦାନ କରିବା । ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ରନାଥ ରାଉତରାୟଙ୍କୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିବା ଜଣାପଡ଼ିଛି । ପ୍ରାଥମିକ ଶିକ୍ଷକ ସଂଘର ସଭାପତି ବିଜୟ କୁମାର ମହାରଣା, ସମ୍ପାଦକ ସୁରେଶ କୁମାର ବେହେରା, ସୁନିଲ କୁମାର ସାହୁ,ବାମନ ଚରଣ ବାରିକିଙ୍କ ସମେତ ଅନେକ ବିଦ୍ୟାଳୟର ପ୍ରଧାନଶିକ୍ଷକ,ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।
ମଣିଭଦ୍ରା ଖବର, ଗଣିଆ


Post a Comment