BREAKING
Loading...
:

ମହାନଦୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରିଡା ଉତ୍ସବ

 ମହାନଦୀ ପବ୍ଲିକ ସ୍କୁଲର ବାର୍ଷିକ କ୍ରିଡା ଉତ୍ସବ 

-----------------------


ଗଣିଆ ୧୪/୧୨ ଗଣିଆରେ ଥିବା ଅଗ୍ରଣୀ ଇଂରାଜୀ ମିଡିୟମ ମହାନଦୀ ପବ୍ଲିକ ସ୍କୁଲର ଦ୍ବିତୀୟ ବାର୍ଷିକ କ୍ରିଡା ଉତ୍ସବ ରବିବାର ସ୍ଥାନୀୟ ଶିକ୍ଷକ ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ପରିସରରୁ  ଶୋଭାଯାତ୍ରାରେ ବାହାରି ଗଣିଆର ଆରାଧ୍ୟ ଦେବତା ରଘୁନାଥ ଜୀଉ ମନ୍ଦିରରେ ମଶାଲ ପୂଜାର୍ଚ୍ଚନା କରିଥିଲେ । ଗଣିଆ ବଜାରରେ ଥିବା ଗାନ୍ଧୀ ମୂର୍ତ୍ତୀରେ ପୁଷ୍ପମାଲ୍ୟ  ଅର୍ପଣ କରି ଜଗନ୍ନାଥ ମନ୍ଦିର ଦେଇ କିଶୋର ଚନ୍ଦ୍ର ନୋଡାଲ ବିଦ୍ୟାପୀଠରେ ପହଞ୍ଚିଥିଲେ । ସେଠାରେ ବିଦ୍ୟାଳୟର କ୍ରିଡା ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ରଙ୍କ ନେତୃତ୍ବରେ କ୍ରିଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଗଣିଆ ବ୍ଲକର ଶିକ୍ଷା ଅଧିକାରୀ ରବିନ୍ଦ୍ର ନାଥ ରାଉତରାୟଙ୍କ ଦ୍ଵାରା କ୍ରିଡା ପତାକା ଉତ୍ତୋଳନ କରାଯିବା ସହିତ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ଛାତ୍ର ଛାତ୍ରୀ ମାନେ ମାର୍ଚ୍ଚ ଫାଷ୍ଟ କରିଥିବା ବେଳେ ମୁଖ୍ୟ ଅତିଥି ଅଭିବାଦନ ଗ୍ରହଣ କରିଥିଲେ । ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ଦୈଡ,ମ୍ୟୁଜିକ ଚେୟାର, ବେଲୁନ କିଙ୍ଗ, ବେଙ୍ଗ ଡିଆଁ ଆଦି ଅନେକ ପ୍ରକାର ମଜାଦାର ଖେଳ ଅନୁଷ୍ଠିତ ହୋଇଥିଲା। ପ୍ଳେ ଗ୍ରୁପ ଠାରୁ ଆରମ୍ଭ କରି ପ୍ରାଥମିକ ପର୍ଯ୍ୟନ୍ତ ୩ଟି ବିଭାଗରେ ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।   ଅପରାହ୍ନରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ବ୍ଳକ ଶିକ୍ଷା ଅଧିକାରୀ ରବିନ୍ଦ୍ର ନାଥ ରାଉତରାୟ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗିରିଶ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ରଘୁନାଥ ଜୀଉ ଉଚ୍ଚ ବିଦ୍ୟାଳୟର କ୍ରିଡା ଶିକ୍ଷକ ଶେଷଦେବ ରାଉତ, ବିଦ୍ୟାଳୟ ର ଭାର ପ୍ରାପ୍ତ ଅଧ୍ୟକ୍ଷ ରଶ୍ମିରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ  । ବିଦ୍ୟାଳୟର ଟ୍ରଷ୍ଟି ତଥା ସମ୍ପାଦକ ପଙ୍କଜ କୁମାର ସାହୁ ଅତିଥି ମାନଙ୍କୁ ଫୁଲତୋଡ଼ା ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଶିକ୍ଷୟତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ କରାଯାଇଥିଲା । ଶାରିରୀକ ଅଭିବୃଦ୍ଧି ପାଇଁ କ୍ରିଡା ଏକାନ୍ତ ଆବଶ୍ୟକ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ମହାନଦୀ ପବ୍ଲିକ ସ୍କୁଲ ୫ ବର୍ଷରେ ପଦାର୍ପଣ କରିଥିବା ବେଳେ ଦ୍ବିତୀୟ ବାର୍ଷିକ କ୍ରିଡା ଉତ୍ସବ ପାଳନ କରୁଅଛି । ଗୋଟିଏ ଛୋଟିଆ ଅନୁଷ୍ଠାନ ହୋଇଥିଲେ ମଧ୍ୟ କ୍ରିଡା ପ୍ରତିଯୋଗିତା ତଥା ବାର୍ଷିକ କ୍ରିଡା ଉତ୍ସବର ସାଜସଜ୍ଜା ଏବଂ ପ୍ରସ୍ତୁତି ଅତ୍ୟନ୍ତ ଉଚ୍ଚକୋଟୀର ଥିଲା ବୋଲି ଅତିଥି ମାନେ ପ୍ରକାଶ କରିଥିଲେ। ସମ୍ପାଦକ ସମସ୍ତ ଅଭିଭାବକ ତଥା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ୧୫ଟି କ୍ରିଡାର ୪୫ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରାଯାଇଥିଲା। ବିଦ୍ୟାଳୟ ତରଫରୁ ସ୍ବତନ୍ତ୍ର ଭାବେ କ୍ରିଡା ଶିକ୍ଷକ ବିରଞ୍ଚି ନାରାୟଣ ମହାପାତ୍ର,ଚେୟାରମ୍ୟାନ ମଳୟ କୁମାର ପଣ୍ଡା,କୋଷାଧ୍ୟକ୍ଷ ଅଟଳ ବିହାରୀ ବାଜୁ, ପୂର୍ବତନ ଅଧ୍ୟକ୍ଷ ମହେନ୍ଦ୍ର ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ ।

 ମଣିଭଦ୍ରା ଖବର ଗଣିଆ ନୟାଗଡ 

Post a Comment

Previous Post Next Post
Header ADS