BREAKING
Loading...
:

ବ୍ଲକସ୍ତରୀୟ ଅନଲାଇନ ସୁରକ୍ଷା ଓ ସାଇବର ଠକେଇ ସମ୍ପର୍କିତ କର୍ମଶାଳା

 ବ୍ଲକସ୍ତରୀୟ ଅନଲାଇନ ସୁରକ୍ଷା ଓ ସାଇବର ଠକେଇ ସମ୍ପର୍କିତ କର୍ମଶାଳା 



କଣ୍ଟାମାଳ,-:  ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମିଶନ ଶକ୍ତି ଗୃହ ଠାରେ ସିଡିପିଓ କଣ୍ଟାମାଳ ଶ୍ରୀମତୀ ପଙ୍କଜିନି ମିଶ୍ର ଙ୍କ  ଅଧ୍ୟକ୍ଷତାରେ ବିବିବିପି ଅଧୀନରେ ବ୍ଲକ ସ୍ତରୀୟ ଅନଲାଇନ ସୁରକ୍ଷା ଓ ସାଇବର ଠକେଇ ଧମକ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।  କାର୍ଯ୍ୟକ୍ରମକୁ ସିଡିପିଓ  କଣ୍ଟାମାଳ  ଶ୍ରୀମତୀ ପଙ୍କଜିନି ମିଶ୍ର ପରିଚାଳନା କରିଥିଲେ ।  ସମ୍ପଦ ବ୍ୟକ୍ତି ( ରିସୋର୍ସ ପର୍ସନ) ଭାବେ କଣ୍ଟାମାଳ  ଥାନା ଏଏସଆଇ କୁମୁଦ ଚନ୍ଦ୍ର ଭୋଇ, କୁମାରୀ ସନୁଜା ପ୍ରଧାନ,(ଲିଗାଲ ଏଡ୍ ପର୍ଶୋନେଲ ) ଅନଲାଇନ ସୁରକ୍ଷା ଓ ସାଇବର ଠକେଇ ଧମକ ର ଉଦ୍ଦେଶ୍ୟ ଏବଂ ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ । ପିଓ ଶ୍ରୀମତୀ ସନ୍ତୋଷନି ଭୋଇ ଏବଂ ବିଏସଏସଓ ସୂର୍ଯ୍ୟ ନାରାୟଣ ଦାସ,ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ, ଅଙ୍ଗନୱାଡ଼ି କର୍ମୀ ଯୋଗଦେଇ ନିଜନିଜର ମତାମତ ଦେଇଥିଲେ। ଏହି ଅବସରରେ ସୁରକ୍ଷା ଅଧିକାରୀ ସନ୍ତୋଷନୀ ଭୋଇ,, ମହିଳା ସଶକ୍ତିକରଣ ସଂଯୋଜକ ସୁଜାତା ପାଣିଗ୍ରାହୀ ତଥା ଜିଲ୍ଲା ହବ ଷ୍ଟାଫ୍ ମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସକ୍ରିୟ ଭୂମିକା ନେଇଥିଲେ   l

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS