BREAKING
Loading...
:

୪୮ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆଠଗଡ଼ ବିଜୟୀ

 ୪୮ ତମ ରାଜ୍ୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ, ଆଠଗଡ଼ ବିଜୟୀ 



ଗଣିଆ ୨୫/୧୨(ମଣିଭଦ୍ରା ଖବର) ଗଣିଆ ବ୍ଳକ ବେଲପଡାପାଟଣାରେ ଥିବା ରଘୁନାଥ ଜୀଉ କ୍ଳବ୍ ଆନୁକୂଲ୍ୟରେ ୪୮ ତମ ଦୟାନିଧି ସାହୁ ଏବଂ ସୁଦର୍ଶନ ସାହୁ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ବିତୀୟ ଦିନରେ ପରସ୍ପରକୁ ଭେଟିଥିଲେ ଆଠଗଡ ଏବଂ ଆୟୋଜକ ମହାବୀର କ୍ରିକେଟ କ୍ଳବ୍ ବେଲପଡାପାଟଣା ।  ବେଲପଡାପାଟଣା ଟସ୍ ଜିତି  ପ୍ରଥମେ ବ୍ୟାଟିଂ କରି  ନିର୍ଦ୍ଧାରିତ ୧୮ ଓଭରରେ ୮ ଉଇକେଟ ହରାଇ ୧୩୨ ରନ୍ ସଂଗ୍ରହ କରିଥିଲା । ଜବାବରେ ଆଠଗଡ ମାତ୍ର ୧୩.୪ ଓଭରରେ ୬ ଉଇକେଟ ହରାଇ ୧୩୬  ରନ୍ ସଂଗ୍ରହ କରି ମ୍ୟାଚଟିକୁ ଜିତି ଯାଇଥିବା ବେଳେ ଦ୍ବିତୀୟ  ଦଳ ଭାବେ ସେମିଫାଇନାଲରେ ପ୍ରବେଶ କରିଛି । ଆଠଗଡର ପ୍ୟାରି ବର୍ମାଙ୍କୁ ମ୍ୟାନ ଅଫ୍ ଦି ମ୍ୟାଚ ପୁରସ୍କାର ବଣ୍ଟନ କରାଯାଇଥିଲା । ଆଜିର ମ୍ୟାଚ ପରିଚାଳନା କରିଥିଲେ ସମୀର କୁମାର ମହାପାତ୍ର ଏବଂ ତ୍ରିଲୋଚନ ବସ୍ତି । ଆଜିର ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସାମାଜିକ କର୍ମୀ ପବିତ୍ର କୁମାର ବେହେରା ଏବଂ ପ୍ରତାପ କୁମାର ସାହୁ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଆସନ୍ତାକାଲିର ଖେଳ ଯଦୁପୁର ଭୂବନେଶ୍ବର ବନାମ ମେଣ୍ଢାଶାଳ ଖୋର୍ଦ୍ଧା ମଧ୍ୟରେ ଅନୁଷ୍ଠିତ ହେବ ବୋଲି କ୍ଳବ୍ ତରଫରୁ ଜଣାପଡିଛି ।

ମଣିଭଦ୍ରା ଖବର, ଗଣିଆ 

Post a Comment

Previous Post Next Post
Header ADS