୪ର୍ଥ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇ ଭାରତ ବିଜୟୀ, ସିରିଜରେ ୨-୧ରେ ଭାରତ ଆଗୁଆ
ବ୍ୟୁରୋ (ମଣିଭଦ୍ରା ଖବର) ଭାରତ - ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଟି-ଟ୍ବେଣ୍ଟି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୭ ରନ୍ ସଂଗ୍ରହ କରିଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ସର୍ବାଧିକ ୪୬ ରନ୍ ସଂଗ୍ରହ କରିଥିଲେ । ଜବାବରେ ଅଷ୍ଟ୍ରେଲିଆ ସମସ୍ତ ଉଇକେଟ ହରାଇ ଆବଶ୍ୟକୀୟ ରନ୍ କରି ନପାରି ମ୍ୟାଚ ହାରି ଯାଇଥିଲା । ଅଷ୍ଟ୍ରେଲିଆ ମାତ୍ର ୧୧୯ ରନ୍ କରି ଅଲଆଉଟ ହୋଇଥିଲା । ଭାରତର ବୋଲର ମାନେ ସୁନ୍ଦର ବୋଲି° କରିଥିଲେ । ଫଳରେ ଭାରତ ୨-୧ରେ ସିରିଜରେ ଆଗରେ ରହିଥିବା ଜଣାପଡିଛି । ତେବେ ଅନ୍ତିମ ମ୍ୟାଚରେ ଯଦି ଭାରତ ବିଜୟୀ ହୁଏ ତେବେ ସିରିଜ ବିଜୟ ଲାଭ କରିବ ଯଦି ଅଷ୍ଟ୍ରେଲିଆ ବିଜୟୀ ହୁଏ ତେବେ ସିରିଜ ବରାବର ହେବ ବୋଲି ଜଣାପଡିଛି ।
ମଣିଭଦ୍ରା ଖବର


إرسال تعليق