BREAKING
Loading...
:

ତିନି ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ ରୁକଚନ ମାଝୀ

 ଜଙ୍ଗଲୀ ହାତୀ ଘର ଭାଙ୍ଗିଦେବା ଘଟଣା

ତିନି ଅନାଥ ଭାଇଭଉଣୀଙ୍କୁ ସହାୟତାର ହାତ ବଢ଼ାଇଲେ ଯୁବ ସମାଜସେବୀ ରୁକଚନ ମାଝୀ 




ଲାଞ୍ଜିଗଡ଼, :- ଗତ ସପ୍ତାହେ ତଳେ ଲାଞ୍ଜିଗଡ଼ ବ୍ଲକ କାନକୁଟ୍ରୁ ପଞ୍ଚାୟତ ତଥା ବିଶ୍ୱନାଥପୁର ବନାଞ୍ଚଳ ଅନ୍ତର୍ଗତ ପାଜିଖମନ ଗାଁରେ ରହୁଥିବା ତିନି ଅନାଥ ଭାଇଭଉଣୀଙ୍କ ମାଟିଘରକୁ ଭାଙ୍ଗିରୁଜି ଦେବା ସହିତ ନଷ୍ଟବିନଷ୍ଟ କରିଦେଇଥିଲେ ଜଙ୍ଗଲୀ ହାତୀପଲ। ବନବିଭାଗ ଏହି ଘଟଣାର ତଦନ୍ତ କରି ରିପୋର୍ଟ ଦେଇଥିବା ଜଣାପଡିଛି। ତେବେ ଗଣମାଧ୍ୟମ ଜରିଆରେ ଏହି ଖବର ପାଇବା ପରେ ବେଘର ହୋଇ ପଡ଼ିଥିବା ତିନି ଅନାଥ ଭାଇ ଭଉଣୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଧର୍ମଗଡ଼ ଅଞ୍ଚଳର ଯୁବ ସାମ୍ବାଦିକ ଓ ସମାଜସେବୀ ରୁକଚନ ମାଝୀ। ନିଜସ୍ୱ ଉପାର୍ଜନରୁ ସେ ତିନି ଭାଇଭଉଣୀଙ୍କ ରହିବା, ଖାଇବା ଓ କିଛି ଦିନ ଚଳିବା ପାଇଁ ଆର୍ଥିକ ସାହାଯ୍ୟ ପ୍ରଦାନ କରିଛନ୍ତି। ଶ୍ରୀ ମାଝୀଙ୍କ ତରଫରୁ ସାମ୍ବାଦିକ ମଳୟ ବେନୁଆ ଓ ଆଦିବାସୀ ନେତା ମୁଲୁ ମାଝୀ ପାଜିଖମନ ଗାଁକୁ ଯାଇ ସେ ଦେଇଥିବା ଅର୍ଥରାଶି ସମ୍ପୃକ୍ତ ଭାଇଭଉଣୀଙ୍କୁ ହସ୍ତାନ୍ତର କରିଛନ୍ତି। ରୁକଚନ ଏହି ଉଦ୍ୟମକୁ ଏବେ ସାଧାରଣରେ ବେଶ ପ୍ରଶଂସା କରାଯାଉଛି। ସୂଚନାଯୋଗ୍ୟ, ଦେଶ ଓ ରାଜ୍ୟର ବିଭିନ୍ନ ସମସ୍ୟା ଓ ପ୍ରସଙ୍ଗକୁ ନେଇ ବିଶେଷ କରି ପରିବେଶ ସୁରକ୍ଷା, ବୃକ୍ଷରୋପଣ ଓ ସାମାଜିକ ସଚେତନତାକୁ ନେଇ ବର୍ଷ ତମାମ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରଖିଥିବାବେଳେ ଏଥିପାଇଁ ସେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ ବିଭିନ୍ନ ପ୍ରସଙ୍ଗରେ ଚିଠି ଲେଖି ଦୃଷ୍ଟି ଆକର୍ଷଣ କରି ଆସୁଛନ୍ତି। ସମାଜସେବାକୁ ନିଜ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ରୁକଚନ ଆଜିର ଯୁବପିଢ଼ିଙ୍କ ପାଇଁ ଏକ ଅନନ୍ୟ ଉଦାହରଣ ବୋଲି କୁହାଯାଉଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS