**ଯୁବ କବି ତଥା ସମାଜ ସେବୀ ରୁକଚନ୍ ମାଝୀ ପାଇବେ 'ପ୍ରୀତି ପ୍ରଣତୀ ଯୁବ ପ୍ରତିଭା ସମ୍ମାନ
କଳାହାଣ୍ଡି-: କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ବୋକ୍ରାସିଲ ଗ୍ରାମର ରୁକଚନ୍ ମାଝୀ ଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାଜନକ ପ୍ରୀତି ପ୍ରଣତି ଯୁବ ପ୍ରତିଭା ସମ୍ମାନ ପାଇବାକୁ ମନୋନୀତ ହୋଇଛନ୍ତି। ଆସନ୍ତା ଜାନୁୟାରୀ ୧୦ ତାରିଖରେ ଭୁବନେଶ୍ୱରଠାରେ ଆୟୋଜିତ ହେବାକୁ ଥିବା ପ୍ରୀତି ପ୍ରଣତୀ ସାହିତ୍ୟିକ ଅନୁଷ୍ଠାନ କେନ୍ଦୁଝର ୫ମ ବାର୍ଷିକ ଉତ୍ସବ ରେ ଯୁବ କବି ତଥା ସମାଜ ସେବୀ ଓ ଯୁବ ସାମ୍ବାଦିକ ରୁକଚନ୍ ମାଝୀ ଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ । ବାଲ୍ୟକାଳରୁ ସେ ମନୋବୃତ୍ତି ନେଇ ସେ ନିଜ କୁ ସମର୍ପିତ କରିଛନ୍ତିି ଜନତାର ସେବାରେ । ଗରିବ,ଅବହେଳିତ,ସାଧାରଣ ସୁବିଧା ସୁଯୋଗରୁ ବଞ୍ଚିତ ମଣିଷ ପାଇଁ ସେ ସବୁ ବେଳେ ବଢ଼େଇଥାନ୍ତି ସହଯୋଗର ହାତ। କରୋନା ମହାମାରୀ ସମୟରେ ସେ ଜନତା ସେବା କରି ଉଦାହରଣ ସୃଷ୍ଟି କରିଥିଲେ।ସେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସମ୍ମାନୀତ ହୋଇଛନ୍ତି। ୫ମ ବାର୍ଷିକ ଉତ୍ସବ ରେ ସମ୍ମାନୀତ କରାଯିବ ବୋଲି ଅନୁଷ୍ଠାନର ସମ୍ପାଦକ ଦେବବ୍ରତ ବାରିକ ସୂଚନା ଦେଇଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق