BREAKING
Loading...
:

ବଡ଼ସହରା ପ୍ରିମିଅର ଲିଗ୍, ବାପୁଜୀ କ୍ରିକେଟ କ୍ଲବ ଏଲପଡା ଫାଇନାଲରେ

 ବଡ଼ସହରା ପ୍ରିମିଅର ଲିଗ୍, ବାପୁଜୀ କ୍ରିକେଟ କ୍ଲବ ଏଲପଡା ଫାଇନାଲରେ 



ଭାପୁର,୭/୧୧(ଭାପୁର) ଭାପୁର ବ୍ଲକ ବଡସହରା ଗ୍ରାମର ମା' ଢୋଲାଚଣ୍ଡୀ ଟି -୨୦ କ୍ରିକେଟ କ୍ଲବ ଆନୁକୁଲ୍ୟରେ ଶୁକ୍ରବାର ଦିନ ପ୍ରଥମ ସେମି ଫାଇନାଲ ମ୍ୟାଚ ଟିକିରିପଡା କ୍ରିକେଟ କ୍ଲବ ଓ ବାପୁଜୀ କ୍ରିକେଟ କ୍ଲବ ଏଲପଡା ମଧ୍ୟରେ ଅନୁଷ୍ଠିତ ହୋଇଛି।  ଆଜିର ମ୍ୟାଚରେ ଟିକିରିପଡା କ୍ରିକେଟ କ୍ଳବ୍ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇ ୧୯.୪ ଓଭରରେ ସମସ୍ତ ୱିକେଟ ହରାଇ ୧୧୩ ରନ୍ ସଂଗ୍ରହ କରିଥିଲେ। ଜବାବରେ ବାପୁଜୀ କ୍ରିକେଟ କ୍ଳବ୍ ୧୭.୧ ଓଭରରେ ୪ ୱିକେଟ ହରାଇ ଆବଶ୍ୟକୀୟ ରନ୍ ସଂଗ୍ରହ କରିଥିଲେ। ଫଳରେ ବାପୁଜୀ କ୍ରିକେଟ କ୍ଳବ ଏଲପଡ଼ା ୬ ୱିକେଟରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି। ବିଜୟୀ ଦଳର ଖେଳାଳୀ ହିମାଂଶୁ ଶେଖର ଖୁଣ୍ଟିଆ ଭଲ ବୋଲିଂ ପ୍ରଦର୍ଶନ ପାଇଁ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଜିର ମ୍ୟାଚକୁ ଆମ୍ପାୟର ସୁଶାନ୍ତ ଦଳବେହେରା ଓ ସରୋଜ ଦାସ ପରିଚାଳନା କରିଥିବା ବେଳେ ବିଶ୍ଵନାଥ ମହାରଣା ଓ ଅଗସ୍ତି ଦାସ ଧାରା ବିବରଣୀ ପ୍ରଦାନ କରିଥିଲେ ଏବଂ ସତ୍ୟବ୍ରତ ମହାରଣା ଓ ସାଗର ପରିଡ଼ା ସ୍କୋରର ଦାୟିତ୍ୱ ନିର୍ବାହ କରିଥିଲେ । ଆଜିର ମ୍ୟାଚରେ ଅତିଥି ଭାବେ ଶିକ୍ଷକ ବିଜୟ କୁମାର ମଲ୍ଲିକ ଓ ପ୍ରିୟଦର୍ଶନ ଜୁଝାରସିଂହ ଏବଂ ସମାଜସେବୀ ରାଜକିଶୋର ମହାରଣା ଓ ଶରତ ରଣା ଯୋଗ ଦେଇଥିଲେ। ଆସନ୍ତା କାଲି ଦ୍ଵିତୀୟ ସେମିଫାଇନାଲ ମ୍ୟାଚ ମା' ଢୋଲା ଚଣ୍ଡୀ କ୍ରିକେଟ କ୍ଲବ ବଡସହରା ଓ ବଘେଇ କ୍ରିକେଟ କ୍ଲବ ମଧ୍ୟରେ ଅନୁଷ୍ଠିତ ହେବ। 

ମଣିଭଦ୍ରା ଖବର, ଭାପୁର 

Post a Comment

أحدث أقدم
Header ADS