BREAKING
Loading...
:

ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ଜୋରସୋର

 ଜାତୀୟ ପ୍ରେସ ଦିବସ ପାଇଁ ପ୍ରସ୍ତୁତି ଜୋରସୋର



ଜାତୀୟ ପ୍ରେସ ଦିବସ ପାଇଁ ଘୁମୁସର ଅଞ୍ଚଳର ଅଗ୍ରଣି ପଞ୍ଜିକୃତ  କବି ସମ୍ରାଟ ମିଡିଆ କ୍ଲବ ତରଫରୁ ବିଭିନ୍ନ ସ୍କୁଲ ,କଲେଜ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗୀତା ହୋଇଥିଲା।ଘୁମୁସର ଅଞ୍ଚଳରେ ନିଜର ବିଭିନ୍ନ ସମାଜିକ ସେବା ସହ ସମ୍ବାଦିକ ମାନଙ୍କ ର ବିକାଶ ଓ ସୁରକ୍ଷା ପାଇଁ ଗତ ଚାରୀ ବର୍ଷ ହେବ କାର୍ଯ୍ୟ କରି ଆସୁଛି।ପ୍ରତ୍ୟକ ବର୍ଷ ଭଳି ଏ ବର୍ଷ ମଧ୍ୟ ଘୁମୁସର ମାଟିରେ ସମ୍ବାଦିକ ଦିବସ ବା ପ୍ରେସ ଦିବସ ମହା ସମାରୋହରେ ପାଳନ କରିବାକୁ ଯାଉଛି ଏବଂ ପୂର୍ବରୁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବକୃତା, ସଙ୍ଗୀତ ଓ ପ୍ରବନ୍ଧ ପ୍ରତିଯୋଗିତା କରାଯାଇଛି।ବିଭିନ୍ନ ଶିକ୍ଷାନୁଷ୍ଠାନ ରୁ 150 ରୁ ଉର୍ଦ୍ଧ ପ୍ରତିଯୋଗି ଅଂଶ ଗ୍ରହଣ କରିଥିଲେ ଓ ଆଗାମୀ 16 ଓ 17 ନଭେମ୍ବର ରେ ହେବାକୁ ଥିବା ପ୍ରେସ ଦିବସ ରେ କୁର୍ତ୍ତି  ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମ ରେ ବିଚାରକ ଭାବେ ଘୁମୁସର ମାଟିର ପ୍ରତିଷ୍ଠିତ ସଙ୍ଗୀତଜ୍ଞ  କେ. ରାଜରାଓ, ଲେଖକ ତ୍ରିନାଥ ବେହେରା, ପ୍ରଭାତୀ ମଞ୍ଜରୀ ବେହେରା, ପ୍ରଦୀପ ସ୍ୱାଇଁ, ପୁରୁଷୋତ୍ତମ ମହାପାତ୍ର,ଲେଖକ ସୁନିଲ ପାଣି,ଲେଖିକା କଳ୍ପନା କୁମାରୀ ପ୍ରଧାନ, ଶିକ୍ଷକ ପ୍ରଦ୍ୟୁମ୍ନ ମଲ୍ଲିକ, ଶିକ୍ଷୟତ୍ରୀ ସସ୍ମିତା ମିଶ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଆସନ୍ତା 16 ତାରିଖରେ ଭଞ୍ଜନଗର ଜଗନ୍ନାଥ ରିଜର୍ଟ ଠାରେ ଦୁଇ ଦିନ ଧରି ବିଭିନ୍ନ ନୃତ୍ୟ ଗୀତ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।କାର୍ଯ୍ୟକ୍ରମ କୁ ଅନୁଷ୍ଠାନ ର ସମ୍ପାଦକ ଚିନ୍ମୟ ବେବର୍ତା ପରିଚାଳନା କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS