BREAKING
Loading...
:

ସେବାସ୍ତମ୍ବ ର ଦିଲ୍ଲୀ ଗସ୍ତ

 ସେବାସ୍ତମ୍ବ ର ଦିଲ୍ଲୀ ଗସ୍ତ 




ନୁଆ ଦିଲ୍ଲୀ,  -: ଅଖିଳ ଭାରତୀୟ ଅନୁସୁଚିତ ଜାତି, ଜନଜାତି,ପଛୁଆବର୍ଗ ଓ ସଂଖ୍ଯାଲଘୁ କର୍ମଚାରୀ କଲ୍ୟାଣ ମହାସଂଘ     "ସେବାସ୍ତମ୍ବ" ମୟୁରଭଞ୍ଜ, ରାଇରଙ୍ଗପୁରର ଏକ ଚାରିଜଣିଆ ଦଳ ଦିଲ୍ଲୀରେ ଆୟୋଜିତ ହୋଇ ଥିବା ସର୍ବ ଭାରତୀୟ ସି ଇ ସି ମହାସଭାରେ ଯୋଗଦେଇଥିଲେ। ଜିଲ୍ଲା ସଭାପତି ଶ୍ରୀ ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କ ପୌରାହିତ୍ୟରେ ଅନୁଷ୍ଠିତ ଏହି ଗସ୍ତରେ ସେବାସ୍ତମ୍ବର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଶ୍ରୀ ବିଜୟ କୁମାର ରାମ, ରାଷ୍ଟ୍ରୀୟ ସଂପାଦକ ଶ୍ରୀ ମୋଚିରାମ ମାଝି,ଏବଂ ସଦସ୍ଯ ଶ୍ରୀ ବାରିଆଲ ମାଝି ଦିଲ୍ଲୀ ଗସ୍ତ କରିଥିଲେ। ଦିଲ୍ଲୀରେ ଅନୁଷ୍ଠିତ ଏହି ରାଷ୍ଟ୍ରୀୟ ସମ୍ମିଳନୀରେ କର୍ମଚାରୀମାନଙ୍କ ଭବିଷ୍ୟତ ନେଇ ବିଭିନ୍ନ ଚର୍ଚା କରିଥିଲେ। ସେବାସ୍ତମ୍ବ ରାଷ୍ଟ୍ରୀୟ ଅଧ୍ୟକ୍ଷ କେ ନାଗେଶ୍ଵର ରାଓଙ୍କ ଅଧ୍ୟକ୍ଷ ଅନୁଷ୍ଠିତ ଏହି ମହାସଭା କୁ ବିଜୟ କୁମାର ରାମ ସଂଯୋଜନା କରିଥିଲେ। କରୋଲବାଗ ସ୍ଥିତ କନିଷ୍କ ପ୍ୟାଲେସରେ କେ ଏନ ରାଓଙ୍କ ଅଧ୍ୟକ୍ଷତାରେ ସେବାସ୍ତମ୍ବ ମୟୁରଭଞ୍ଜ ସୌଜନ୍ୟରେ "ଏକ ସେବାସ୍ତମ୍ବୀଷ୍ଟ ର ଭୂମିକା" ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇ ଥିଲା ଯେ ବେଙ୍ଗଲ, ଓଡିଶା ଏବଂ ତ୍ରିପୁରାର ରାଜ୍ୟ ସଭାପତିମାନେ ଉପସ୍ଥିତ ଥିଲେ। ଶ୍ରୀ ପ୍ରତାପ ଚନ୍ଦ୍ର ହେମ୍ବ୍ରମଙ୍କୁ ତାଙ୍କର ଜିଲ୍ଲା କାର୍ଯ୍ଯକ୍ରମ ପାଇଁ ଏବଂ ବିଜୟ କୁମାର ରାମଙ୍କୁ "ରାଷ୍ଟ୍ରୀୟ ସେବାସ୍ତମ୍ବ ସଂଯୋଜକ" ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ରାଇରଙ୍ଗପୁରରେ ଏହି ଦଳ କୁ ବରିଷ୍ଠ ଜିଲ୍ଲା ଉପସଭାପତି ରବିନ୍ଦ୍ର ମୁଖୀ, ଉପସଭାପତି ଗୋପାଳ କୃଷ୍ଣ ମହାନ୍ତି, ସଂପାଦକ ବାଜଲ ମୁର୍ମୁ, ଦଦୀନବନ୍ଧୁ ଗିରି ଅଭିନନ୍ଦନ ଓ ସଂବର୍ଧନା ଜ୍ଞାପନ କରିଥିଲେ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS