ବରପଦର ଶ୍ରୀରାମ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ
କଣ୍ଟାମାଳ:ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ରୁଣ୍ଡିମହୁଲ ପଞ୍ଚାୟତ ଅନ୍ତର୍ଗତ ବରପଦର ଗ୍ରାମରେ ଶ୍ରୀରାମ କ୍ରିକେଟ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି |ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ରୁଣ୍ଡିମହୁଲ ସେବା ସମବାୟ ସମିତି ସଭାପତି ସୁଧୀର ଖଟୁଆ, ସମ୍ମାନିତ ଅତିଥି ଭାବେ ବାଲିଯୋରୀ ପ୍ରଧାନ ଶିକ୍ଷକ ଉଦ୍ଧବ ମହାଲିକ, ସୁଲିଆ ସ୍କୁଲ ର ଶିକ୍ଷକ ନିବେଦନ ସାହୁ,ଋଣ୍ଡିମହୁଲ ସ୍କୁଲର ଶିକ୍ଷକ ଅକ୍ରୁର ପ୍ରଧାନ ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ |ଉଦ୍ଘାଟନୀ ଦିବସ ରେ ପ୍ରଥମ ମ୍ୟାଚ ବରପଦର (ବି ) ଓ ବଡ଼ ଝାରମୁଣ୍ଡା ଦଳ ମଧ୍ୟରେ ହୋଇଥିବା ବେଳେ ବଡଝାରମୁଣ୍ଡା ଦଳ ବିଜୟୀ ହୋଇଥିଲା |ଦ୍ଵିତୀୟ ମ୍ୟାଚ ରୁଣ୍ଡିମହୁଲ ଓ ଲୋକାପଡା ଦଳ ମଧ୍ୟରେ ହୋଇଥିଲା ଏଥିରେ ରୁଣ୍ଡିମହୁଲ ଦଳ ବିଜୟୀ ହୋଇଥିଲା |ତୃତୀୟ ମ୍ୟାଚ ରୁଣ୍ଡିମହୁଲ ଓ ବଡ଼ ଝାରମୁଣ୍ଡା ଦଳ ମଧ୍ୟରେ ହୋଇଥିଲା ଏଥିରେ ବଡ଼ ଝାରମୁଣ୍ଡା ଦଳ ବିଜୟୀ ହୋଇଥିଲା |ଖେଳ ଗୁଡିକୁ ଅମପେୟାର ଭାବେ ସଙ୍କେତ ସାହୁ ଓ ସଂଶିତ କୁମାର ଦାସ ପରିଚାଳନା କରିଥିଲେ |ସୁଧାଂଶୁ ଶେଖର ମହାକୁଡ଼ ଓ ସନ୍ତୋଷ ସାହୁ ଧାରା ବିବରଣୀ ଦେଇଥିବା ବେଳେ ସୌରଭ ଦଣ୍ଡିଆ ସ୍କୋରର ଦାୟିତ୍ୱ ତୁଲାଇ ଥିଲେ |ଖେଳ ପରିଚାଳନା ରେ ଶ୍ରୀରାମ କ୍ରିକେଟ କ୍ଲବ ର ସମସ୍ତ ସଦସ୍ୟ ସହଯୋଗ କରିଥିଲେ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق