BREAKING
Loading...
:

ଓଡ଼ିଶା ଆର୍ଟସ ପକ୍ଷରୁ ସନ୍ଧାନ ୨୦୨୫ ଆୟୋଜିତ

 ଓଡ଼ିଶା ଆର୍ଟସ ପକ୍ଷରୁ ସନ୍ଧାନ ୨୦୨୫ ଆୟୋଜିତ                                             



 ବ୍ରହ୍ମପୁର ,- ଗୋପାଳକୃଷ୍ଣ ରଙ୍ଗ ମଞ୍ଚ ପରିସରରେ ଓଡ଼ିଶା ଆର୍ଟସ ତରଫରୁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସନ୍ଧାନ ୨୦୨୫ ଆୟୋଜିତ ହୋଇଯାଇଛି ।ମୁଖ୍ୟ ପରିଚାଳକା ପ୍ରଣିତା ହୋତା ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମ ରେ ନୃତ୍ୟ,ସଙ୍ଗୀତ ସହ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତି ଯୋଗିତାର କୃତି ପ୍ରତି ଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା ।ସେହି ପରୀ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଲାଗି ବୋହୂ ପ୍ରତିଭାଧାରୀ ଓ ନିମନ୍ତ୍ରିତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା ।ଏହି ଅବସରରେ ମୁଖ୍ୟଅତିଥି ରୂପେ  ମେୟର ସଂଘମିତ୍ରା ଦଳାଇ, ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ରାଜେଶ୍ୱରି ଡୋରା, ଡ଼ା ପ୍ରୀୟଜିତ୍ ଜେନା, ନିରଞ୍ଜନ ପାଣିଗ୍ରାହି, ଓ ସୁଦିପ କୁମାର୍ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଆଦିତ୍ୟ, ଅଜିତ୍, ରାଜା ସେନାପତି, ଅଶୋକ ମହାନ୍ତି, ନିର୍ଦ୍ଧେଶକ ରବୀନ୍ଦ୍ର ବିଶୋଇ, ସଭ୍ୟ ପ୍ରଣବ ପଣ୍ଡା, ଶ୍ରଦ୍ଧାଞ୍ଜଳୀ, ମିନତୀ, କୁନାଲ, ମନୋଜ୍, ବଂଶୀ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ଏହି ଅବସରରେ ଉପସ୍ଥିତ ଥିଲେ । ସୂଚନା ଯୋଗ୍ୟ ଓଡ଼ିଶା ଆର୍ଟସ୍ ତରଫରୁ ଶିକ୍ଷା,ସଂସ୍କୃତି ର ବିକାଶ ଲାଗି କାର୍ଯ୍ୟ କରାଯିବା ସହ ସମାଜ ସେବା କାର୍ଯ୍ୟକ୍ରମ ମଧ୍ୟ ଜାରୀ ରହିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS