BREAKING
Loading...
:

ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୪ ରୁ

 ସଦାଶିବ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୧୪ ରୁ



ଖଣ୍ଡପଡ଼ା ୧୩|୧୧ (ମଣିଭଦ୍ରା ଖବର) ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଅଧିନ ଫତେଗଡ଼ ଗ୍ରାମସ୍ଥିତ ନାଲି ସାଗର ଷ୍ଟାଡିୟମରେ ଆସନ୍ତା ଡିସେମ୍ବର ୧୪ ତାରିଖରୁ ସର୍ବ ଭାରତୀୟସ୍ତରୀୟ ସଦାଶିବ ସ୍ମାରକୀ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ଫତେଗଡ ଯୁବକ ସଂଘ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ଗତବର୍ଷର ଚାମ୍ପିୟନ ଓ ରନର୍ସ ଅପ ଟିମ ସମେତ ୮ ଟି ଟିମ ଅଂଶଗ୍ରହଣ ଗ୍ରହଣ କରିବେ ବୋଲି ଏ ପରିପ୍ରେକ୍ଷୀରେ ଷ୍ଟାଡିୟମ ପରିସରରେ ଆୟୋଜିତ ପ୍ରସ୍ତୁତି ବୈଠକରେ ସ୍ଥିର ହୋଇଥିବା ଜଣାପଡିଛି। ଫତେଗଡ ଯୁବକ ସଂଘର ସଭାପତି ବେଣୁଧର ପ୍ରଧାନ ବୈଠକରେ ଯୋଗ ଦେଇ  ଆୟୋଜିତ ଟୁର୍ଣ୍ଣାମେଣ୍ଟର ରୁପରେଖ ସଂର୍ପକରେ ସବିଶେଷ  ସୂଚନା ପ୍ରଦାନ କରିଥିଲେ।ବୈଠକରେ ଅନ୍ୟମାନଙ୍କ ମଧ୍ଯରେ ସଂଘର ସମ୍ପାଦକ ମନୋଜ କୁମାର ପ୍ରଧାନ, ଓସିଏର ଅମ୍ପାୟାର ଆଶୁତୋଷ ପାଣି ଓ ଦୁର୍ଗାପ୍ରସାଦ ପଟ୍ଟନାୟକ,ପୂର୍ବତନ ସମିତିସଭ୍ୟ ବସନ୍ତ କୁମାର ମାଝୀ, ରାଜ୍ୟ କ୍ରୀଡ଼ା ଜଗତର ଭାଷ୍ୟକାର ବୁବୁ ସିହ୍ନା ଏବଂ ସରୋଜ କୁମାର ମହାପାତ୍ର, ସ୍କୋରର ପବିତ୍ର କୁମାର ସାହୁ ପ୍ରମୁଖଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ସଂର୍ପକରେ ସବିଶେଷ ଆଲୋଚନା ହୋଇଥିଲା।ଫତେଗଡ଼ ଯୁବକ ସଂଘର ସଦସ୍ୟମାନେ ବୈଠକରେ ଉପସ୍ଥିତ ରହି ମତାମତ ପ୍ରଦାନ କରିଥିଲେ।ଟୁର୍ଣ୍ଣାମେଣ୍ଟର ମାର୍ଗଦର୍ଶକ ସୁଧାଂଶୁ ଶେଖର କର ବୈଠକରେ ସଂଯୋଜନା କରିଥିଲେ । 

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS