BREAKING
Loading...
:

ବୋମାମାଡରେ ଜଣେ ଯୁବକ ଆହତ !

 ବୋମାମାଡରେ ଜଣେ ଯୁବକ ଆହତ !



ବ୍ରହ୍ମପୁର,-; ଆଙ୍କୁଲି ଶିଳ୍ପାଞ୍ଚଳରେ ଜଣେ ଯୁବକଙ୍କ ଉପରକୁ ବୋମା ମାଡ ହୋଇଛି ା ଆହତ ଯୁବକ ଜଣଙ୍କ ହେଲେ ଆଂଲୁଲି ଅଞ୍ଚଳର ଶିବ ବାହାଦୂର ାସେ ଜଣେ ଦିନ ମଜୁରିଆ ବୋଲି ଜଣାପଡିଛି ।  ସୂଚନାପ୍ରକାରେ, ରାତି ବେଳେ ଶିବ ଆଙ୍କୁଲି ଶିଳ୍ପାଞ୍ଚଳ ରାମମନ୍ଦିର ନିକଟରେ ଥିବା ବେଳେ ୨ ଜଣ ଯୁବକ ସେଠାରେ ପହଞ୍ଚି ତାଙ୍କ ଉପରକୁ ବୋମା ମାଡ କରି ଏକ ବାଇକରେ ଫେରାର ହୋଇ ଯାଇଥିଲେ । ବୋମାଟି ରାମଙ୍କ ବାମ ଗୋଡରେ ବାଜି ଫୁଟି ଯାଇଥିଲା ା ଏଥିରେ ତାଙ୍କ ବାମ ଗୋଡରେ କ୍ଷତ ସୃଷ୍ଟି ହୋଇଛି ା ସ୍ଥାନୀୟ ଲୋକେ ଶିବ ବାହାଦୂରଙ୍କୁ ଉଦ୍ଧାର କରି ଏମକେସିଜି ମେଡିକାଲକରେ ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାସ୍ଥଳରୁ ବୋମା ଟୁକୁଡା ଜବତ କରି ତଦନ୍ତ କରିବା ସହ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଥିବା ଜଣାପଡିଛି । ପୀତବାସ ହତ୍ୟା ଘଟଣା ପରେ ଶାନ୍ତ ରହିଥିଲା ବ୍ରହ୍ମପୁର ।ଏବେ ପୁଣି ବୋମାମାଡ଼ ଭଳି ଘଟଣା ଦେଖିବାକୁ ମିଳୁଛି। ଯାହା ଫଳରେ ଦୁର୍ବୁତ୍ତମାନେ ପୁଲିସକୁ ଖୋଲା ଚାଲେଞ୍ଜ ଦେଉଥିବା ଜଣାପଡିଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS