BREAKING
Loading...
:

ବିଗିଡ଼ିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା, ଏମ୍ସରେ ଭର୍ତ୍ତି

 ବିଗିଡ଼ିଲା ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା, ଏମ୍ସରେ ଭର୍ତ୍ତି



ଭୁବନେଶ୍ୱର,-: ଓଲିଉଡର ଖ୍ୟାତନାମା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। କିଛି ଦିନ ଧରି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ହ୍ୟୁମାନଙ୍କୁ କିଡନୀ ଓ ଲିଭର୍ ଜନିତ ସମସ୍ୟା ଯୋଗୁଁ ଅଧିକ ଚିକିତ୍ସା ପାଇଁ ଏମ୍ସକୁ ନିଆଯାଇଛି।


ଏହା ପୂର୍ବରୁ ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାର ସ୍ନାୟୁ ଜନିତ ରୋଗ ‘Osmotic Demyelination Syndrome’ ଏବଂ ଅନ୍ୟାନ୍ୟ ସଂକ୍ରମଣ ଯୋଗୁଁ ଏମ୍ସରେ ଚିକିତ୍ସିତ ହେଉଛନ୍ତି। ଗତ ୨୫ ସେପ୍ଟେମ୍ବରରେ ତାଙ୍କୁ ମେଡ଼ିସିନ୍ ୱାର୍ଡକୁ ଅଣାଯାଇଥିଲେ ବି, ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଆଜି ତାଙ୍କୁ ପୁଣିଥରେ ଆଇସିୟୁରେ ଭର୍ତ୍ତି କରାଯାଇଛି।


କିଛି ଦିନ ପୂର୍ବରୁ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ମଧ୍ୟ ଅସୁସ୍ଥତା କାରଣରୁ ହସ୍ପିଟାଲରେ ଆଡମିଟ୍ ହୋଇଥିଲେ। ଏହିପରି ଭାବରେ କ୍ରମାଗତ ଓଲିଉଡର କଳାକାରଙ୍କ ଅସୁସ୍ଥତାକୁ ନେଇ ଚିନ୍ତା ବଢ଼ିଛି।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS