BREAKING
Loading...
:

ଏଥର ୪ ଦିନ ପଞ୍ଚୁକ, ଶ୍ରୀକ୍ଷେତ୍ର ଲୋକାରଣ୍ୟ; ମହାପ୍ରଭୁଙ୍କ ଦୁଲର୍ଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି*

 *ଏଥର ୪ ଦିନ ପଞ୍ଚୁକ, ଶ୍ରୀକ୍ଷେତ୍ର ଲୋକାରଣ୍ୟ; ମହାପ୍ରଭୁଙ୍କ ଦୁଲର୍ଭ ବେଶ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି*!

 



ଚାରି ଦୁର୍ଲଭ ବେଶରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ । ପଞ୍ଚୁକରେ ଶ୍ରୀମନ୍ଦିରରେ ରହିଥାଏ ସ୍ଵତନ୍ତ୍ର ନୀତି ।  ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୨ ନଭେମ୍ବର ଅର୍ଥାତ ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀ- ନାରାୟଣ ବେଶ ।


  ଏଥର ୪ ଦିନ ପଞ୍ଚୁକ ରହୁଥିଲାକୁ ଚାରି ଦୁର୍ଲଭ ବେଶରେ ଦର୍ଶନ ଦେବ ଶ୍ରୀଜିଉ । କୌଣସି ଅପ୍ରୀତିକର ଘଟଣାକୁ ଏଡ଼ାଇବା ପାଇଁ ବ୍ୟାପକ ବ୍ୟବସ୍ଥା ହୋଇଛି । ଏକମୁଖି ଦର୍ଶନ ପ୍ରବେଶ ବ୍ୟବସ୍ଥା ହୋଇଛି । ଶ୍ରଦ୍ଧାଳୁଙ୍କୁ ଭିତର କାଠ ମନା ହୋଇଛି ।


 ଚାରି ଦୁର୍ଲଭ ବେଶରେ ମିଳିବ ଶ୍ରୀଜିଉଙ୍କ ଦର୍ଶନ । ପଞ୍ଚୁକରେ ଶ୍ରୀମନ୍ଦିରରେ ରହିଥାଏ ସ୍ଵତନ୍ତ୍ର ନୀତି ।  ଦୁର୍ଲଭ ବେଶରେ ଦର୍ଶନ ଦେବେ ଶ୍ରୀଜିଉ । ୨ ନଭେମ୍ବର ଅର୍ଥାତ  ହରି ଏକାଦଶୀରେ ହେବ ମହାପ୍ରଭୁଙ୍କ ଲକ୍ଷ୍ମୀ- ନାରାୟଣ ବେଶ । ୩ ନଭେମ୍ୱରରେ ତ୍ରିବିକ୍ରମ ବେଶ, ୪ ନଭେମ୍ବରରେ ଲକ୍ଷ୍ମୀ-ନୃସିଂହ ବେଶ ଓ ୫ ନଭେମ୍ବର କାର୍ତ୍ତିକ ପୂର୍ଣ୍ଣିମାରେ ରାଜାଧିରାଜ ବେଶ ବା ସୁନାବେଶରେ ଦର୍ଶନ ଦେବେ ଠାକୁର । ଏଥର ବାଙ୍କ ଚୁଡ ବେଶ ହେବନାହିଁ ।



ପୂର୍ବରୁ ଭିଡ଼ ଯୋଗୁଁ ଶ୍ରୀମନ୍ଦିରରେ ଅଘଟଣ ଘଟିଛି । ପୁଣି ଆନ୍ଧ୍ର ଶ୍ରୀକାକୁଲମରେ ଭେଙ୍କେଟଶ୍ୱର ମନ୍ଦିରରେ ଦଳାଚକଟାରେ ପ୍ରାଣ ହରାଇଛନ୍ତି ଶ୍ରଦ୍ଧାଳୁ । ଏହାକୁ ଦୃଷ୍ଟିରେ ରଖି ମାର୍କେଟ୍ ଛକ ପର୍ଯ୍ୟନ୍ତ ହୋଇଛି ବ୍ୟାରିକେଡ୍ ଓ ସେଡ୍ । ଚାରି ଦିନ କେବଳ ସିଂହଦ୍ଵାରରେ ପ୍ରବେଶ ଓ ଅନ୍ୟ ୩ ଦ୍ଵାରରେ ପ୍ରସ୍ଥାନ ନିଷ୍ପତ୍ତି ହୋଇଛି । ଭକ୍ତ କେବଳ ବାହାର କାଠରୁ ଶୃଙ୍ଖଳିତ ଦର୍ଶନ କରିବେ । ପୂର୍ଣ୍ଣିମା ଦିନ ଦ୍ୱିତୀୟ ଭୋଗ ମଣ୍ଡପ ପରଠାରୁ ଭିତରକାଠ ଦର୍ଶନ ପାଇଁ ହୋଇଛି ନିଷ୍ପତ୍ତି । ପୋଲିସ୍ ତରଫରୁ ଶ୍ରୀମନ୍ଦିର ଭିତରେ ଓ ବାହାରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ।


ପଞ୍ଚୁକ ୪ ଦିନ ଶ୍ରୀମନ୍ଦିର ସହ ସହରର ଜନଗହଳି ସ୍ଥାନ, ଲୋକନାଥ ମନ୍ଦିର ଓ ବେଳାଭୂମି ଉପରେ କଡ଼ା ନଜର ରଖାଯାଇଛି ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS