ଧାମରାରୁ ଢେଙ୍କାନାଳ ଝିଅ ଉଦ୍ଧାର ଘଟଣାରେ ୨ଜଣ ଆସାମୀଙ୍କୁ କୋର୍ଟ ଚାଲାଣ (ମୁଖ୍ୟ ଅଭିଯୁକ୍ତକୁ ଖୋଜୁଛି ପୁଲିସ)
ଭଦ୍ରକ, – ଧାମରାରୁ ଉଦ୍ଧାର ହୋଇଥିବା ଯୁବତୀକୁ ଧାମରା ଥାନାଧିକାରୀ ଶୋଭନ ସ୍ୱାଇଁ ଉଦ୍ଧାର କରିବା ପରେ ସଂପୃକ୍ତ ଯୁବତୀଙ୍କୁ ଧାମରା ସାମୁଦ୍ରିକ ଥାନାଧିକାରୀଙ୍କୁ ହସ୍ତାନ୍ତର କରିଥିଲେ। ଧାମରା ସାମୁଦ୍ରିକ ଥାନାଧିକାରିଣୀ ଙ୍କ ତଦନ୍ତ ଅନୁଯାଇ ସଂପୃକ୍ତ ଯୁବତୀକୁ ଫୋନ ଯୋଗେ ଯୋଗାଯୋଗ କରାଯାଇ ଧାମରାକୁ ଅଣାଯାଇଥିଲା ଏବଂ କଇଥଖୋଲା ଅଂଚଳରେ ଥିବା ଏକ ଘରେ ସଂପୃକ୍ତ ଯୁବତୀ ସହ ଧାମରା ଅଂଚଳର ୩ଜଣ ଯୁବକ ଏବଂ ଜଣେ ବୟସ୍କ ଜୋର ଜବରଦସ୍ତ ଶାରିରୀକ ସମ୍ପର୍କ ରଖିଥିଲେ । ପରେ ଏହି ବୟାନକୁ ଆଧାର କରି ଧାମରା ସାମୁଦ୍ରିକ ଥାନାଧିକାରିଣୀ ସଂପୃକ୍ତ ଯୁବତୀକୁ ନେଇ ବଳାତ୍କାର ହୋଇଥିବା ଘରକୁ ଯାଇଥିଲେ। ଯୁବତୀଙ୍କ ବୟାନ ଅନୁଯାଇ ଧାମରା ଅଂଚଳର ୨ଜଣ ଯୁବକଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଘଟଣାରେ ସଂପୃକ୍ତି ଥିବା ଘର ମାଲିକ ଏବଂ ଅନ୍ୟ ଜଣେ ଯୁବକ ଫେରାର ଅଛନ୍ତି। ଖୁବଶୀଘ୍ର ଏହି ଘଟଣାରେ ସମସ୍ତ ସଂପୃକ୍ତ ଥିବା ଦୋଷୀଙ୍କୁ ଗିରଫ କରାଯିବ ବୋଲି ଧାମରା ସାମୁୁ୍ଦ୍ରିକ ଥାନାଧିକାରିଣୀ ପ୍ରିୟଦର୍ଶନୀ ଖଟୁଆ ନିଜର ପ୍ରତିକ୍ରିୟା ରଖିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment