ବେଆଇନ୍ ଗୋରୁ ଚାଲାଣ ମାମଲାରେ ଗାଡ଼ି ଚାଳକକୁ ଗିରଫ କରି କୋର୍ଟଚାଲାଣ କଲା ବେଲଗୁଣ୍ଠା ପୋଲିସ୍
ବେଲଗୁଣ୍ଠା, -:, ବେଲଗୁଣ୍ଠା ପୋଲିସ୍ ଗାଡ଼ି ମଟର ଯାଞ୍ଚ୍ କରୁ୍ଥିବା ବେଳେ ଓଡି୩୨ଜେ୨୩୯୨ ନମ୍ବର୍ ବିଶିଷ୍ଟ ଏକ ପିକ୍ ଅପ୍ ଗାଡ଼ିରେ ବେଆଇନ୍ ଗୋରୁ ଚାଲାଣ ହେଉଥିବା ସୂଚନା ପାଇ ଗାଡ଼ିଟିର ପିଛା କରି ଏହାକୁ ବେଲଗୁଣ୍ଠା ଜଗନ୍ନାଥପ୍ରସାଦ ଛକ ନିକଟରେ ଅଟକାଇବା ସହିତ ସେଥିରେ ଅତି ଦୟନୀୟ ଅବସ୍ଥାରେ ଭର୍ତ୍ତି କରାଯାଇଥିବା ୧୨ ଟି ଗାଈକୁ ଉଦ୍ଧାର କରିଥିଲେ I ଗାଈ ଗୁଡ଼ିକୁ ଅମାନବୀୟ ଭାବରେ ଅତି ଅଳ୍ପ ସ୍ଥାନରେ ଲଦାଲଦି କରି ରଖାଯାଇଥିଲା I ଏନେଇ ଗାଡିକୁ ଜବତ କରାଯିବା ସହିତ ବେଲଗୁଣ୍ଠା ଥାନାରେ ୪୬୪/୨୫ ରେ ଏକ ମାମଲା ରୁଜୁ କରାଯାଇଥିଲା I ଏହି ମାମଲାରେ ଜଡ଼ିତ ଗାଡ଼ି ଚାଳକ ତଥା ସୋରଡା ଥାନା ଅନ୍ତର୍ଗତ କଦଳୀଝୋଳା ଗ୍ରାମର ଟୁଟୁ ନାୟକ (୨୭) କୁ ବେଲଗୁଣ୍ଠା ପୋଲିସ୍ ଗିରଫ କରି କୋର୍ଟଚାଲାଣ କରିଥିବା ବେଲଗୁଣ୍ଠା ଥାନା ଅଧିକାରୀ ରେବତୀ ଶବର ସୂଚନା ଦେଇଛନ୍ତି I
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


Post a Comment