BREAKING
Loading...
:

ବଡ ଦୁଃଖଦ ଖବର ଶାଲିମାର ଟ୍ରେନ ଧକ୍କାରେ ଗୋଟିଏ ଦନ୍ତା ହାତୀର ଜୀବନ ଗଲା

 ବଡ ଦୁଃଖଦ ଖବର ଶାଲିମାର ଟ୍ରେନ ଧକ୍କାରେ ଗୋଟିଏ ଦନ୍ତା ହାତୀର ଜୀବନ ଗଲା ।


ମୟୂରଭଞ୍ଜ ଜିଲ୍ଲାର ବୈଶୀଙ୍ଗା ଥାନା ଅନ୍ତର୍ଗତ ବେତନଟୀ ରେଞ୍ଜର ଆଗରିଆ ଠାରେ,ଗତ ବିଳମ୍ବିତ ରାତିରେ ଘଟିଛି ଏହି ଅଘଟଣ । ଯାହା ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି। ସୂଚନା ଅନଯାୟୀ କିଛି ଦିନ ଧରି ଉକ୍ତ ଅଞ୍ଚଳରେ 20 ରୁ ଉର୍ଦ୍ଧ ହାତୀପୋଲ ବୁଲୁଥିବା ପରିଲକ୍ଷିତ ହେଉିବାବେଳେ, ଏହି ଦନ୍ତା ହାତୀ ଟି ଗୋଠଛଡ଼ା ହୋଇ ଖାଦ୍ୟ ଅନ୍ୱେଶଣରେ ଯାଉଥିବା ବେଳେ ହତୀ ସହିତ ଘଟିଛି ଏହି ମର୍ମଦୁନ୍ତ ଦୁର୍ଘଟଣା।18 ନମ୍ବର ଜାତୀୟ ରାଜପଥର ଆଗ୍ରିଆ ଠାରେ ରେଳ କ୍ରସିଁ ପାରି ହେଉଥିବା ବେଳେ ବାରିପଦା ଅଭିମୁଖେ ଦୃତ ଗତିରେ ଆସୁଥିବା ଶାଲିମାର ଟ୍ରେନ ଧକ୍କାରେ ହାତୀ ଟିର ଘଟଣା ସ୍ଥଳରେ ଛଟ ପଟ ହୋଇ ଜୀବନ ଚାଲି ଯାଇଥିଲା। ଦୁର୍ଘଟଣା ପରେ ବେସ କିଛି ସମୟ ଧରି ଟ୍ରେନ ଟି ଅଟକି ରହିଥିଲା ।ଖବର ପାଇ ବନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ମାନେ ପହଞ୍ଚି ମୃତ ହାତୀ ଟିକୁ ଉଦ୍ଧାର ଥିଲେ। ବିଭାଗ ପକ୍ଷରୁ ପରେ ହାତୀଟିର  ପଞ୍ଚନାମା କରି ଶବ ସତ୍କାର କାଯାଇଥିଲା । ସରକାର ହାତୀ ମାନଙ୍କ ସୁରକ୍ଷା ପାଇଁ କୋଟି କୋଟି ଖର୍ଚ୍ଚ ବହନ କରୁଥିବା ବେଳେ, କାହାର ଅବହେଳା ଯୋଗୁଁ ହାତୀଟି ମୃତ୍ୟୁ ମୁଖରେ ପଡ଼ିଲା ?ହାତୀ ଟି ଲୋକଙ୍କ ଚାଷ ଜମିରେ ବୁଲୁଥିବା ପରିଲକ୍ଷିତ ହୋଇଛି।ଅଥଚ ବନ ବିଭାଗ କର୍ମଚାରୀ କେମିତି ଜାଣି ପାରିଲେ ନାହିଁ ? ତାହା ସନ୍ଦେହ ସୃଷ୍ଟି କରିଛି । ମୟୂରଭଂଜ ଡି ଏଫ୍ ଓ ଏହାର ଉତ୍ତର ରଖିବେ କି ବୋଲି ବୁଦ୍ଧଜୀବୀ ମହଲ ରେ ପ୍ରଶ୍ନ ହେଉଛି  ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS