ଜାତୀୟ ରାଜପଥ ୫୯ ରେ ଅନ୍ଧକାର — ପ୍ରତିଦିନ ଘଟୁଛି ଦୁର୍ଘଟଣା, ରାସ୍ତା କଡ଼ରେ ନାହିଁ ଆଲୋକି କରଣ ନାହିଁ ରାସ୍ତା ମଝିରେ ଡିଭାଇଟର୍।
ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନ ବିରୋଧୀ ଦଳ ର ବିଧାୟକ ଙ୍କ ଏରିଆ ଅନ୍ଧକାର। ମୁଖ୍ୟମନ୍ତ୍ରୀ ଥିବା ସମୟରେ ରାସ୍ତା କଡ଼ରେ ଲାଇଟ୍ ଲଗାଇବା ବିଫଳ ହୋଇଥିବା ବେଳେ ବର୍ତମାନ ବି ବିଫଳ ହୋଇଛନ୍ତି। ଏପରି ଦୃଶ୍ୟ ଗଞ୍ଜାମ ଜିଲ୍ଲା ର ଜାତୀୟ ରାଜପଥ ୫୯ ନମ୍ବର ର ରାସ୍ତା ଅନ୍ଧାର। ପ୍ରତିଦିନ ଘଟିଲା ବଳି ଘଟୁଛି ଭୟା ଭୟ ଦୁର୍ଘଟଣା।ନା ଅଛି ରାସ୍ତାକଡ଼ରେ ଆଲୋକ ବ୍ୟବସ୍ଥା ନା ଅଛି ରାସ୍ତା ମଝିରେ ଡିଭାଇଟର୍ ର ବ୍ୟବସ୍ଥା। ଅନ୍ଧକାର ରାସ୍ତା ନେଉଛି କୋ ଯୁବକ ଙ୍କ ଜୀବନ ତ ଆଉ କୋ ସ୍ତ୍ରୀ ଠାରୁ ସ୍ବାମୀ କୁ ଛଡ଼ାଇ ନେଉଛି ତ ଆଉ କୋ ମା ର ପୁତ୍ର ଛେଉଣ୍ଡ ହେଉଛି। ଦୁର୍ଘଟଣା ରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ଙ୍କୁ ରାଜ୍ୟ ସରକାର ଚାରି ଲକ୍ଷ ଟଙ୍କା କ୍ଷତିପୂରଣ ଦେଉଛନ୍ତି କିନ୍ତୁ ସେହି ଟଙ୍କାରେ ରାସ୍ତା କଡ଼ରେ ଆଲୋକ କରଣ ବ୍ୟବସ୍ଥା କରିଲେ ଭଲ ହେବ ବୋଲି ବୁଦ୍ଧିଜୀବୀ ମାନେ କହିଛନ୍ତି। ବର୍ତମାନ ର ମୁଖ୍ୟ ସହ ସ୍ଥାନୀୟ ବିଧାୟକ ଓ ପରିବହନ ମନ୍ତ୍ରୀ ଙ୍କୁ ଅନୁରୋଧ ଯେ ଅନ୍ଧକାର ରାସ୍ତା ରେ ଲାଇଟ୍ ର ବ୍ୟବସ୍ଥା ସହ ରାସ୍ତା ମଝିରେ ଡିଭାଇଟର୍ ର ବ୍ୟବସ୍ଥା କରିଲେ ଭଲ ହେବ ବୋଲି ସ୍ଥାନୀୟ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ସହ ଅନେକ ଲୋକ ମତପ୍ରକାଶ ସହ ଅନୁରୋଧ କରିଛନ୍ତି।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق