BREAKING
Loading...
:

ରୋଗୀସେବା କରୁ କରୁ ଶବ ପାଲଟିଲେ ଡାକ୍ତର....

 ରୋଗୀସେବା କରୁ କରୁ ଶବ ପାଲଟିଲେ ଡାକ୍ତର....



ନୀଳଗିରି :ନୀଳଗିରି ଉପଖଣ୍ଡ ଡାକ୍ତରଖାନାର ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର ତଥା ବ୍ଲଡ଼ ବ୍ୟାଙ୍କ ଇନଚାର୍ଜ ଡାକ୍ତର ତ୍ରିନାଥ ପାଲ(୫୪)   ଓପିଡିରେ ରୋଗୀ ଦେଖୁଥିଲେ। ଏହି ସମୟ ହଠାତ ଅସୁସ୍ଥ ଅନୁଭବ କରିବାରୁ ରୋଗୀଙ୍କୁ ଛାଡ଼ି ଡାକ୍ତର କାର୍ଯ୍ୟଗୃହରେ ଥିବା ବାଥ୍‌ ରୁମ୍‌ ଯାଇଥିଲେ । କିଛି ସମୟ ନଆସିବାରୁ ଅନ୍ୟ ଡାକ୍ତର ଫୋନ କରିଥିଲେ । ହେଲେ ସେ ଫୋନ ଉଠାଇ ନଥିଲେ । ବହୁ କଷ୍ଟରେ ସେ ବାଥ୍‌ରୁମ୍‌ କବାଟ ଖୋଲି ଆସିବା ପରେ ହଠାତ ଖଟରେ ଟଳି ପଡିଥିଲେ । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ବାଲେଶ୍ଵର ମେଡିକାଲ କୁ ନିଆଯାଉଥିବା ବେଳେ ଆମ୍ବୂଡିହା ଛକ ପାରେଇବା ବାଟରେ ତାଙ୍କର ମୃତ୍ୟୁ ହୋଇଛି। ବାଲେଶ୍ୱର ଡାକ୍ତରଖାନାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପରେ ବାଲେଶ୍ବର ମେଡିକାଲରୁ ମରଶରୀରକୁ ତାଙ୍କର କର୍ମକ୍ଷେତ୍ର ନୀଳଗିରି ଉପଖଣ୍ଡ ଡାକ୍ତରଖାନାକୁ ଅଣାଯାଇଥିଲା। ଷ୍ଟାଫ ମାନଙ୍କ ଦ୍ବାରା ହସ୍ପିଟାଲ ପରିସରରେ ୰ଡ. ତ୍ରିନାଥ ପାଲଙ୍କ ମରଶରୀରକୁ ରଖି ମାଲ୍ୟାର୍ପଣ କରିଥିବା ବେଳେ ତାଙ୍କର ଶେଷ ଦର୍ଶନ ପାଇଁ  ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

Previous Post Next Post
Header ADS