BREAKING
Loading...
:

କଳାପଥର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନମେଳା

 କଳାପଥର ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବିଜ୍ଞାନମେଳା




ବାଙ୍କୀ,(ମାନସ ରଞ୍ଜନ ସାହୁ):ବାଙ୍କୀ ବ୍ଲକ ଅନ୍ତର୍ଗତ କଳାପଥର ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ପଞ୍ଚ ଦଶତମ ବାର୍ଷିକ ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି. ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଅଂଶ ଗ୍ରହଣ କରିଥିଲେ. ଏହି ମେଳାରେ  ଅତିଥି ଭାବେ କବି ରବି ନାରାୟଣ ମଙ୍ଗରାଜ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭାବଗ୍ରାହୀ ମହାପାତ୍ର, ଧର୍ମୁଧର ଝୁଝାରସିଂହ ଯୋଗଦେଇ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବିଦ୍ୟାଳୟ ସଂଯୋଜକ ସଞ୍ଜୟ କୁମାର ଦାସ,ସମ୍ପାଦିକା ଜୟନ୍ତୀ ସାହୁ, ଅଧକ୍ଷା ପୁଷ୍ପଲତା ମହାପାତ୍ର ପ୍ରମୁଖ ପରିଚାଳନା କରିଥିଲେ. ସହକାରୀ ଶିକ୍ଷକ ରଂଜନ କୁମାର ସାହୁ, ଶିବ ପ୍ରସାଦ ଦାସ, ଶିକ୍ଷୟତ୍ରୀ ମଧୁସ୍ମିତା ବରାଳ, ଜୋସନା ରାଣୀ ସାହୁ, ସଂଯୁକ୍ତା ମହାରଣା, ସ୍ଵାଗତିକା ସାହୁ, ପାର୍ବତୀ ସାହୁ ପ୍ରମୁଖ ବିଜ୍ଞାନ ମେଲାର ସଫଳତା ପାଇଁ ପରିଚାଳନା ରେ ସହଯୋଗ କରିଥିଲେ. କନିଷ୍ଟ ଏବଂ ବରିଷ୍ଟ ଦୁଇଟି ବିଭଗରେ 27ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା. ଅଭିଭାବକ ଗଣ ଯୋଗଦେଇ ପିଲାଙ୍କ ବିଜ୍ଞାନ କଳା ଦେଖି ଖୁସି ଅନୁଭବ କରିଥିଲେ. ସମ୍ମାନିତ ଅତିଥି ମାନେ ବିଦ୍ୟାର୍ଥୀ ମାନଙ୍କର ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତି ଓ ପ୍ରଦର୍ଶନ ପାଇଁ ସ୍ବେଛାକୃତ ଆଗ୍ରହ ପ୍ରକାଶ କରୁଥିବାରୁ ସେମାନଙ୍କ ବୌଦ୍ଧିକ ବିକାଶରେ ଏହା ସହାୟ ହୋଇ ପାରିବବୋଲି ପ୍ରକାଶ କରିଥିଲେ.

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS