ଷ୍ଟ୍ରିଟ ଲାଇଟ୍ ଶୁଭ ଉଦଘାଟନ କଲେ ବିଧାୟକ ରମେଶ ଚନ୍ଦ୍ର ବେହେରା
ଗଣିଆ ୦୯/୦୯(ମଣିଭଦ୍ରା ଖବର) ଗଣିଆ ବ୍ଳକର ଦୁଇଟି ସ୍ଥାନରେ ଷ୍ଟ୍ରିଟ ଲାଇଟ୍ ଶୁଭ ଉଦଘାଟନ କରିଛନ୍ତି ବିଧାୟକ ରମେଶ ଚନ୍ଦ୍ର ବେହେରା । ଉକ୍ତ ଦୁଇଟି ସ୍ଥାନରେ ଆଲୋକୀକରଣ ପାଇଁ ବାରମ୍ବାର ଦାବି ହୋଇଆସୁଥିଲା । ତେବେ ଏହି ଆଲୋକୀକରଣ ବ୍ୟବସ୍ଥା ଜିଲ୍ଲା ପରିଷଦ ପାଣ୍ଠିରୁ କରାଯାଇଥିବା ଜଣାପଡ଼ିଛି । ବ୍ଳକର ଆଡକଟା ପଞ୍ଚାୟତ କୃଷ୍ନପଲ୍ଲୀ ଛକ ଏବଂ କେନ୍ଦୁଆବିଡା ଠାରେ ଷ୍ଟ୍ରିଟ ଲାଇଟ୍ ଉଦଘାଟିତ ହୋଇଯାଇଛି ।
ଏହି ଉଦଘାଟନୀ ଉତ୍ସବରେ ବିଧାୟକ ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା,ବ୍ଳକ ଅଧ୍ୟକ୍ଷା ଝୁନା ଜେନାଙ୍କ ସମେତ ଗ୍ରାମର ବହୁ ବୁଦ୍ଧିଜୀବୀ, ଲୋକପ୍ରତିନିଧି ଉପସ୍ଥିତ ଥିଲେ । ଏହି ଦୁଇଟି ସ୍ଥାନରେ ଅନ୍ଧାର କିଟିକିଟି ଯୋଗୁଁ ଜନସାଧାରଣ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ଆଲୋକୀକରଣ ଯୋଗୁଁ ବିଧାୟକ ଏବଂ ଜିଲ୍ଲାପରିଷଦଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।
Post a Comment