ଭିଜିଲାନ୍ସ ଜାଲରେ ବେଲଗୁଣ୍ଠା କାର୍ଯ୍ୟନିର୍ବାହୀ ଅଧିକାରୀ
ବେଲଗୁଣ୍ଠା (ମଣିଭଦ୍ରା ଖବର) ବେଲଗୁଣ୍ଠା ଏନ ଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳି ସତପଥୀ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଲେ l ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ଏନଏ ସି ର କାର୍ଯ୍ୟନିର୍ବାହୀ ଅଧିକାରୀ ବନମାଳି ସାତପଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ ଟିମ୍ ଏକ ଟ୍ରାପ୍ ଅପରେସନରେ ଧରିଛିନ୍ତି । ଶ୍ରୀ ଶତପଥୀ ଏନ ଏ ସି ର ପୂର୍ବତନ କର୍ମଚାରି ଏମ ଆଇ ସି ସରୋଜ କୁମାର ଜେନାଙ୍କ ବଦଳି ସମ୍ପୂର୍ଣ୍ଣ ହେବା ପରେ ବେତନ ଓ ଏଲ ପି ସି ସାର୍ଟିଫିକେଟ ରିଲିଜ୍ କରିବା ପାଇଁ ୨୫,000 ଟଙ୍କା ଲାଞ୍ଚ ଦାବି କରିଥିଲେ l ଅଭିଯୋଗକାରୀ କର୍ମଚାରୀ ବଦଳି ପରେ ନୂଆ କାର୍ଯ୍ୟସ୍ଥଳରେ ବେତନ ଉଠାଇପାରୁନଥିଲେ, କାରଣ ତାଙ୍କ ଏଲପିସି ଓ ବକାୟା ବେତନ ରିଲିଜ୍ ହେଉନଥିଲା। ଏହି ପରିସ୍ଥିତିରେ ବିକଳ୍ପ ନଥିବାରୁ, ସେ ଭିଜିଲାନ୍ସ କାର୍ଯ୍ୟାଳୟରେ ଅଭିଯୋଗ ଦାଖଲ କରିଥିଲେ। ଏହା ପରେ, ବ୍ରହ୍ମପୁର ଭିଜିଲାନ୍ସର ଡ଼ିଏସପି ଶରତ ଚନ୍ଦ୍ର ସାହୁ ଙ୍କ ନେତୃତ୍ୟରେ ଦୁଇଟି ଟିମ୍ ଆଜି ବାଳିପଦାର ବସ୍ ଷ୍ଟପ୍ ନିକଟର ବନମାଳି ସାତପଥୀଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିବା ସହ ନିଜ ହେପାଜାତକୁ ନେବାସହ ଭିଜିଲାନ୍ସ ଟିମ୍ ଅଭିଯୁକ୍ତ ବନମାଳି ସତପଥୀଙ୍କ ବେଲଗୁଣ୍ଠା ସରକାରୀ କାଯ୍ୟଳୟ, ସରକାରୀ କ୍ୱାଟର, ନିଜଗ୍ରାମ କବିସୂଯ୍ୟନଗର ବାସଭବନ ସହ ଅନ୍ୟଏକ ଘରେ ବି ଏକ କାଲୀନ ଚଢ଼ାଉ ହୋଇଥିଲା l ଏନେଇ ବ୍ରହ୍ମପୁର ଭିଜିଲାନ୍ସ ଥାନାରେ କେସ୍ ନଂ ୧୪/୨୦୨୫, ଧାରା ୭ (ଜନସେବା ଅନ୍ତର୍ଗତ ଅପରାଧ ରୋଧ ଆଇନ, ୨୦୧୮ ) ଅନୁଯାୟୀ ମାମଲା ୠଜୁକରି ଅଭିଯୁକ୍ତ ବନମାଳି ସାତପଥୀଙ୍କ ବିରୋଧରେ ଭିଜିଲାନ୍ସ ଟିମ ଅଧିକ ତଦନ୍ତ ଚାଲୁରଖିଛି ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق