BREAKING
Loading...
:

ଧୁଆଁମଡାରେ ଗଜଲକ୍ଷ୍ମୀ ପୂଜା ପାଳିତ

 ଧୁଆଁମଡାରେ ଗଜଲକ୍ଷ୍ମୀ ପୂଜା ପାଳିତ 


ଗଣିଆ ୦୬/୦୯(ସମିସ) ଗଣିଆ ବ୍ଳକ ଆଡକଟା ପଞ୍ଚାୟତ ଧୁଆଁମଡା ତୋଟାସାହି ଠାରେ ଗଜଲକ୍ଷ୍ମୀ ପୂଜା ଧୁମଧାମରେ ପାଳିତ ହୋଇଯାଇଛି । ସ୍ଥାନୀୟ ଜଳାଶୟରୁ ଜଳଆଣି ମଣ୍ଡପରେ କଳସ ସ୍ଥାପନା କରାଯାଇଥିଲା । ହୋମଯଜ୍ଞ ପରେ ପୂଜାର୍ଚ୍ଚନା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିରାଟ ତୋରଣ ସାଙ୍ଗକୁ  ପୂଜା ମଣ୍ଡପ ଅତ୍ୟନ୍ତ ଆକର୍ଷଣୀୟ ସାଜସଜ୍ଜା ହୋଇଥିଲା । 


ଡିଜେ ସାଉଣ୍ଡର ତାଳେ ତାଳେ ଝୁମି ଯାଇଥିଲେ ଭକ୍ତଗଣ । ତୋଟାସାହିର ଆବାଳବୃଦ୍ଧବନିତା ଏହି କାର୍ଯ୍ୟକ୍ରମରେ ସଂପୂର୍ଣ୍ଣ ସହଯୋଗ କରିଥିଲେ । ସମସ୍ତଙ୍କ ପାଇଁ ପ୍ରସାଦର ବନ୍ଦୋବସ୍ତ କରାଯାଇଥିଲା । ୭ ତାରିଖରେ ଏହି ପୂଜା ମଣ୍ଡପରେ ଧେନୁକାସୁର ବଧ ବା କାଳୀୟ ଦଳନ ନାଟକ ମଞ୍ଚସ୍ଥ ହେବ ବୋଲି ପୂଜା କମିଟିର ଚନ୍ଦ୍ରଶେଖର ସାହୁ ପ୍ରକାଶ କରିଛନ୍ତି ।

ମଣିଭଦ୍ରା ଖବର, ଗଣିଆ 

Post a Comment

أحدث أقدم
Header ADS