BREAKING
Loading...
:

ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ, ଖଣ୍ଡପଡ଼ାର କାଉନସିଲର ଯତିନ ଗିରଫ

 ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷାରେ କେଳେଙ୍କାରୀ, ଖଣ୍ଡପଡ଼ାର କାଉନସିଲର ଯତିନ ଗିରଫ

 


   ଖଣ୍ଡପଡ଼ା ୪|୧୦ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ପୋଲିସ    ସବ ଇନ୍ସପେକ୍ଟର ନିଯୁକ୍ତି ପାଇଁ ହେବାକୁ ଥିବା ଲିଖିତ ପରୀକ୍ଷାରେ ଜାଲିଆତି ମାମଲା ସମଗ୍ର ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳ ଏଥିରେ ସଂପୃକ୍ତ ଥିବା ଅଭିଯୋଗରେ ଅନେକ ପରୀକ୍ଷାର୍ଥୀଙ୍କୁ ପୋଲିସ ଗିରଫ କରିଥିବା ସୂଚନା ମିଳିଛି। ତେବେ ଉପରୋକ୍ତ ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୋଲିସ ଖଣ୍ଡପଡ଼ା ସହର ୪ ନଂ ୱାର୍ଡର କାଉନସିଲର ଯତିନ କୁମାର ଦଳେଇଙ୍କୁ ଗିରଫ କରିଥିବା ଜଣାଯାଇଛି।ଗତ ୨୦୨୨ ମସିହାରେ ଅନୁଷ୍ଠିତ ପୌର ନିର୍ବାଚନରେ ଯତିନ ବିଜେଡି ଟିକେଟରେ କାଉନସିଲର ଭାବେ ନିର୍ବାଚିତ ହୋଇଥିଲେ। ପୋଲିସ ଘଟଣାରେ ସଂପୃକ୍ତି ଅଭିଯୋଗରେ କାଉନସିଲର ଯତିନଙ୍କୁ ଗିରଫ  କରିବା ଘଟଣା ଏବେ ଖଣ୍ଡପଡ଼ା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି।ପ୍ରାପ୍ତ ସୂଚନାନୁଯାୟୀ  ପୁଲିସ ଏସଆଇ ନିଯୁକ୍ତି ପ୍ରକ୍ରିୟାରେ ହୋଇଥିବା ଜାଲିଆତିରେ ଯତିନ ସମ୍ପୃକ୍ତି ଥିବା ନେଇ ଗଞ୍ଜାମ ଜିଲ୍ଲା ଅଧିନ ଗୋଳନ୍ଥରା ପୁଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ରାତାରାତି ଚାକିରି ଲୋଭରେ ଯତିନ ପରୀକ୍ଷା ପରିଚାଳନା କରୁଥିବା ଘରୋଇ ସଂସ୍ଥାକୁ ଅର୍ଥ ପଇଠ ସହ ତାଲିମ ନେବାକୁ ଅନ୍ୟ ପରୀକ୍ଷାର୍ଥୀଙ୍କ ସହ ମିଳିତ ହୋଇ ଆନ୍ଧ୍ରପ୍ରଦେଶ ରାଜ୍ଯକୁ ଯାଉଥିବା ନେଇ ଜଣାପଡିଥିଲା। ତେବେ ନିଯୁକ୍ତି ପ୍ରକ୍ରିୟାରେ ଜାଲିଆତିରେ ସମ୍ପୃକ୍ତ ଥିବା ଅଭିଯୋଗରେ ୧୧୭ ଜଣ ପରୀକ୍ଷାର୍ଥୀଙ୍କୁ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ପୋଲିସ ଗିରଫ କରିଥିଲା। ସେହିପରି ଗଞ୍ଜାମ ଜିଲ୍ଲା ଅଧିନ ଗୋଳନ୍ଥରା ପୋଲିସ ଅନ୍ୟ ପରୀକ୍ଷାର୍ଥୀଙ୍କ ସହ କାଉନସିଲର ଯତିନଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଥିବା ଜଣାପଡିଛି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

أحدث أقدم
Header ADS