ଗଣିଆରେ ପ୍ରବଳ ବର୍ଷା, ଦୋକାନ ଭିତରେ ପଶିଲା ବର୍ଷା ପାଣି
ଗଣିଆ ୭/୦୯(ମଣିଭଦ୍ରା ଖବର) ମଙ୍ଗଳବାର ସନ୍ଧ୍ୟା ସମୟରେ ଘଡଘଡି ସହିତ ଗଣିଆରେ ପ୍ରବଳ ବର୍ଷା ହୋଇଛି । ଗଣିଆ ବଜାର ରାସ୍ତା ଉପରେ ୨ଫୁଟର ପାଣି ପ୍ରବାହିତ ହୋଇଛି । ଅଚାନକ ବର୍ଷା ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଗଣିଆ ତଳବଜାରରେ ଚା ଦୋକାନ କରିଥିବା ସୁରେନ୍ଦ୍ର ରାଉତଙ୍କ ଦୋକାନ ଭିତରେ ପଶିଛି ବର୍ଷା ପାଣି । ରାସ୍ତା ଉପରେ ଚାଲିଥିବା ଅପରିଷ୍କାର ବର୍ଷା ଜଳ ଦୋକାନ ଭିତରେ ପଶି ଦୋକାନର କ୍ଷୟକ୍ଷତି ଘଟିଛି । ଗଣିଆ ବଜାରରେ ଥିବା ଡ୍ରେନ ପୋତି ହୋଇଯିବାରୁ ଏଭଳି ସମସ୍ୟା ଦେଖାଦେଉଛି ।
ଏ ସମ୍ପର୍କରେ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କିଛି ବି ଫରକ ପଡୁନାହିଁ । ସାମାନ୍ୟ ବର୍ଷାରେ ରାସ୍ତାରେ ପାଣି ଲହଡ଼ି ମାରିବା ସହିତ ଅଳିଆ ଆବର୍ଜ୍ଜନା ଗଦା ହୋଇ ରହୁଛି । ତେବେ ମଙ୍ଗଳବାର ଏଭଳି ଅଚାନକ ବର୍ଷା ଯୋଗୁଁ ଦୋକାନ ଭିତରେ ପାଣି ପଶିବା ଯୋଗୁଁ ଦୋକାନ ମାଲିକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଦୋକାନ ଭିତରୁ ଜଳ ନିଷ୍କାସନ କରିବା ପାଇଁ ନାକେଦମ ହୋଇଛନ୍ତି । ତେବେ ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।
ମଣିଭଦ୍ରା ଖବର, ଗଣିଆ
إرسال تعليق