BREAKING
Loading...
:

ଆଶାକର୍ମୀଙ୍କ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ

 ଆଶାକର୍ମୀଙ୍କ ଶୋଭାଯାତ୍ରା ଓ ସମ୍ମିଳନୀ ଅନୁଷ୍ଠିତ 

ଖଣ୍ଡପଡ଼ା ୫|୧୦ (ବ୍ୟୁରୋ) ଓଡିଶା ଆଶା କର୍ମୀ ଆସୋସିଏସନର ୪ର୍ଥ  ଜିଲ୍ଲାସ୍ତରୀୟ ସମ୍ମିଳନୀ ଖଣ୍ଡପଡ଼ା ବ୍ଲକ ଅଧିନ କଣ୍ଟିଲୋସ୍ଥିତ ନୀଳମାଧବ କଲ୍ୟାଣମଣ୍ଡପ ପରିସରରେ ରବିବାର ଅନୁଷ୍ଠିତ ହୋଇଯାଇଛି। ସିଟୁ ପକ୍ଷରୁ ଆୟୋଜିତ ସମ୍ମିଳନୀର ପ୍ରାରମ୍ଭରେ ଚାପଧାରୀ ରାଉତ, ରୂପମଞ୍ଜରୀ ସାହୁ ଓ ସଞ୍ଜୁକ୍ତା ସେଠୀଙ୍କ ନେତୃତ୍ବରେ ସଂଗଠନର ସଦସ୍ୟା ଓ ଆଶାକର୍ମୀମାନଙ୍କୁ ନେଇ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି ସ୍ଥାନୀୟ କଲ୍ୟାଣମଣ୍ଡପ ଠାରେ ପହଞ୍ଚି ଥିଲା।ସଂଗଠନର ଲାଲ ଝଣ୍ଡାକୁ ଆନୁଷ୍ଠାନିକ ଭାବେ ଜିଲ୍ଲା ସଭାପତି  ଚାପଧାରୀ ରାଉତ ଉତ୍ତୋଳନ କଲା ପରେ ଉପସ୍ଥିତ ଅତିଥିଗଣ ସଙ୍ଗଠନର ନେତୃତ୍ୱ ଓ ପ୍ରତିନିଧି ମାନେ ସହିଦ ସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ।କାର୍ଯ୍ୟକ୍ରମ ଆରମ୍ଭରେ ଶହୀଦଙ୍କ ପ୍ରତି ଓ ଗଣତାନ୍ତ୍ରିକ ଧର୍ମନିରପେକ୍ଷ ଆନ୍ଦୋଳନରେ ମୃତ ବ୍ୟକ୍ତି ବିଶେଷଙ୍କ ଉଦ୍ଦେଶ୍ଯରେ ଏକ ମିନିଟି ନୀରବ ପ୍ରାର୍ଥନା ସହ  ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ସମ୍ମିଳନୀରେ ସଙ୍ଗଠନର ରାଜ୍ୟ ସଭାପତି ଲୋଭାକାନ୍ତ ସ୍ବାଇଁ  ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ କାର୍ଯ୍ଯକ୍ରମକୁ ଉଦଘାଟନ କରିଥିଲେ।ସମ୍ମିଳନୀରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇ କେନ୍ଦ୍ର ଓ ରାଜ୍ଯ ସରକାରଙ୍କ ଶ୍ରମିକ ମାରଣ ନୀତିକୁ ଶ୍ରମିକ ସଂଗଠନର ନେତାମାନେ କଟୁ ସମାଲୋଚନା କରିଥିଲେ। କେନ୍ଦ୍ର ସରକାର ଶ୍ରମିକ ବିରୋଧି ୪ ଟି ଶ୍ରମକୋଡ଼କୁ ତୁରନ୍ତ ବାତିଲ କରିବାକୁ ନେତାମାନେ ଦାବି କରିଥିଲେ।ସେହିପରି କେନ୍ଦ୍ର ସରକାରଙ୍କ ଆକାଶଛୁଆଁ ଦରଦାମ ବୃଦ୍ଧି, ଅମାନିଆ ଶ୍ରମିକ ସ୍ୱାର୍ଥ ଓ ଜନ ବିରୋଧି ନୀତି ଉପରେ ଲଗାମ ଦେବା ସହ ଆଶା କର୍ମୀମାନଙ୍କ ଅଧିକାର ପାଇଁ ଦୃଢ଼ତାର ସହ ଆନ୍ଦୋଳନ ଜାରି ରହିବ ବୋଲି ଶ୍ରମିକ ନେତାମାନେ ଚେତାବନୀ ଦେଇଥିଲେ। ଆଶାକର୍ମୀଙ୍କୁ ନିୟମିତ କର୍ମଚାରୀର ମାନ୍ୟତା ପ୍ରଦାନ, ୨୬ ହଜାର ଟଙ୍କା ମାସିକ ବେତନ, ୧୦ ହଜାର ଟଙ୍କା ମାସିକ ପେନସନ ଓ ସାମାଜିକ ସୁରକ୍ଷା ସରକାର ଯୋଗାଇ ଦେବାକୁ ସମ୍ମିଳନୀରେ ଦାବି କରାଯାଇଥିଲା।ଏ ଅବସରରେ ୨୧ ଜଣିଆ ନୂତନ ଜିଲ୍ଲା କମିଟି ଗଠନ କରାଯାଇ ଥିବା ଜଣାପଡିଛି।ନୂତନ କମିଟିର ସଭାପତି ଭାବେ ଚାପଧାରୀ ରାଉତ,ସମ୍ପାଦକ ଭାବେ ମଙ୍ଗୁଳି ରାଉତ, କୋଷାଧ୍ୟକ୍ଷ ଭାବେ ସରୋଜିନୀ ତ୍ରୀପାଠୀ, ଉପସଭାପତି ଭାବେ  ବାସନ୍ତି ବେହେରା, ସଞ୍ଜୁକ୍ତା ସେଠୀ , କାଳନ୍ଦୀ ନାୟକ, ରୂପମଞ୍ଜରୀ ସାହୂ, ସରୋଜିନି ସାହୁ ଓ ସହ ସମ୍ପାଦିକା ଭାବେ ପ୍ରତିଭା ବେହେରା, ସନ୍ତୋଷିନୀ ସାହୁ, ଶୁଭଶ୍ରୀ ପଟ୍ଟନାୟକ, ଗୀତା ନାୟକ ଓ ମଞ୍ଜୁଲତା ପ୍ରଧାନ ପ୍ରମୁଖ ନିର୍ବାଚିତ ହୋଇଥିଲା ବେଳେ କମିଟିର ସଦସ୍ଯା ଭାବେ ଗୋଲକ ମୁଦୁଲି ,ସଞ୍ଜୁଲତା ପରିଡ଼ା, ଶାନ୍ତିଲତା ପରିଡ଼ା,କାଞ୍ଚନ ବେହେରା ,କଲ୍ୟାଣୀ ବେହେରା, ରିତା ସାହୁ,ପାଞ୍ଚାଳୀ ସାହୁ,ସବିତା ମାଝୀ, ପୁଷ୍ପଲତା ପଟ୍ଟନାୟକ ପ୍ରମ୍ମୁଖ ନିର୍ବାଚିତ ହୋଇଥିଲେ।

ସମ୍ମିଳନୀରେ ସଂଗଠନର ରାଜ୍ୟ ସଧାରଣ ସଂପାଦିକା ଶକୁନ୍ତଳା ମହାକୁଡ଼, ରାଜ୍ୟ ଉପସଭାପତି ଏଚ୍ ଏନ ଯାଦବ ଓ ସୁରେଶ ସ୍ୱାଇଁ, ସିଆଇଟିୟୁ ଜିଲ୍ଲା ଆବାହକ ବିଶ୍ଵନାଥ ମହାପାତ୍ର, ଶରତ ବେହେରା, ଗଙ୍ଗାଧର ପଣ୍ଡା, ବୈକୁଣ୍ଠ ଖୁଣ୍ଟିଆ, ବିରଞ୍ଚି ପ୍ରଧାନ, ପାଚିକା ଜିଲ୍ଲା ସମ୍ପାଦିକା ଜୟନ୍ତୀ ଦାସ, ଖୋର୍ଦ୍ଧା ଜିଲ୍ଲା ଆଶା ନେତ୍ରୀ ମୀନା ବେହେରା ଓ ବିଷ୍ଣୁ ଖଟେଇ, କୃଷକ ନେତା ଗୋଲକ ମୁଦୁଲି ପ୍ରମୁଖ ଉପସ୍ଥିତ ଥିଲେ।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS