BREAKING
Loading...
:

ରାୟଗଡ଼ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ

 ରାୟଗଡ଼ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ 




ରାୟଗଡ ,- ରାୟଗଡ଼ ଜିଲ୍ଲା ପ୍ରଶାସନର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ତରଫରୁ ସ୍ଥାନୀୟ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା ସ୍ତରୀୟ ବରିଷ୍ଠ ନାଗରିକ ଦିବସ ଅନୁଷ୍ଠିତ ହୋଇଅଛି । ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାଏକ  ଯୋଗଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ।  ୮ ଘଟିକା ସମୟରେ ବରିଷ୍ଠ ବ୍ୟକ୍ତିଙ୍କ ନିମନ୍ତେ ଯୋଗାଭ୍ଯାସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ତରଫରୁ ଅଶୋକ କଲ୍ୟାଣ ମଣ୍ଡପଠାରେ ମାଗଣା ସ୍ୱାସ୍ଥ୍ୟ  ଶିବିରର ଆୟୋଜନ କରାଯାଇ ସ୍ବାସ୍ଥ୍ୟପରୀକ୍ଷା କରାଯାଇଥିଲା । ଦିବା  ୧୧ ଘଟିକା ସମୟରେ ଅଶୋକ କଲ୍ୟାଣ ମଣ୍ଡପ ଠାରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ଯ ଅତିଥି ରୂପେ  ଅତିରିକ୍ତ ଜିଲ୍ଲାପାଳ ରାୟଗଡ଼, ଶ୍ରୀ ନବୀନ ଚନ୍ଦ୍ର ନାଏକ, ବିଶିଷ୍ଟ ଶିକ୍ଷାବିତ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ଅଧ୍ୟକ୍ଷ,  ପୌର ପରିଷଦ, ରାୟଗଡ଼ ଶ୍ରୀ ପି.ମହେଶ ପଟ୍ଟନାୟକ, ଉପାଧ୍ୟକ୍ଷା, ପୌର ପରିଷଦ, ରାୟଗଡ଼ ଶ୍ରୀମତୀ ଶୁଭ୍ରା ପଣ୍ଡା, ରାୟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସୁଜିତ କୁମାର ମିଶ୍ର, ରାୟଗଡ଼ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀ ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନଞ୍ଜୟ ବେହେରା ପ୍ରମୁଖ  ସଭାରେ ମଞ୍ଚାସୀନ ଥିଲେ ।

        ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସମବେତ ଗାନ କରାଯାଇଥିଲା । 

 ମୁଖ୍ଯ ଅତିଥି ସୁନ୍ଦର ଗଳ୍ପ ମାଧ୍ୟମରେ ସମାଜ ସୁରକ୍ଷା କ୍ଷେତ୍ରରେ ବରିଷ୍ଠ ନାଗରିକଙ୍କ ଅବଦାନ ଓ ସେମାନଙ୍କ ପ୍ରତି ଆମର କର୍ତ୍ତବ୍ଯ  ବିଷୟରେ ଅଭିଭାଷଣ ରଖିବା ସହ ଶପଥପାଠ କରାଇଥିଲେ।ଶିକ୍ଷାବିତ ଡ: ମହାନ୍ତି  ଭାରତରେ ବର୍ତ୍ତମାନ ଏଗାର ଶତକଡ଼ାରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଥିବାବେଳେ ଏହାର ସଂଖ୍ୟା କ୍ରମାଗତ ବୃଦ୍ଧି ପାଉଥିବା କହିଥିଲେ । ଏମାନେ ବର୍ତ୍ତମାନ ସହ ଅତୀତକୁ ଯୋଡନ୍ତି ।  ସମାଜର ବିକାଶରେ ବରିଷ୍ଠ ନାଗରିକଙ୍କ ଅତୁଳନୀୟ ଅବଦାନ ରହିଛି । ଭାରତର ସଂସ୍କୃତି ଓ ଓଡିଆ ଅସ୍ମିତାରେ ପୂର୍ବଜ ଓ ପିତାମାତାଙ୍କୁ ସମ୍ମାନ, ସ୍ନେହ, ଆଦର ଓ ସେବା କରିବା ଏକ ଅଙ୍ଗ ରୂପେ ଗଣନା କରାଯାଏ । ପାଶ୍ଚାତ୍ଯ  ସଭ୍ଯତାର ପ୍ରଭାବ ଆମକୁ ଏଥିରୁ ଦୂରେଇଦେଉଛି ।  ଏଣୁ, ସେମାନଙ୍କ ଆଶା ଓ ଆକାଙ୍କ୍ଷା ପୂରଣ ପ୍ରତି ଯତ୍ନଶୀଳ ହେବାକୁ ସେ ପ୍ରବର୍ତ୍ତାଇଥିଲେ । ଅନ୍ୟ ଅତିଥି ବୃନ୍ଦ ନିଜ ବକ୍ତବ୍ଯରେ ସହାୟକ ଓ ସମାବେଶୀ ସମାଜ ଗଠନ ଉପରେ ସଚେତନତା ମୂଳକ ବକ୍ତବ୍ଯ ରଖିଥିଲେ । ଏଥିରେ ରାୟଗଡ ବ୍ଲକର ସରପଞ୍ଚ, ନିର୍ବାଚିତ ପ୍ରତିନିଧି, ପଂଚାୟତ ନିର୍ବାହୀ ଅଧିକାରୀଙ୍କ ସମେତ ତିନିଶହ କୋଡିଏରୁ ଉର୍ଦ୍ଧ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ନିମନ୍ତେ ରାୟଗଡ ବ୍ଲକରୁ  ଏକଶହ କୋଡ଼ିଏ ଜଣ ଏବଂ ରାୟଗଡ ପୌରାଞ୍ଚଳର ତେଇଶି ଜଣ  ବରିଷ୍ଠ ନାଗରିକଙ୍କୁ ମଧୁବାବୁ ଭତ୍ତା ବଣ୍ଟନ କରାଯାଇଥିଲା । ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ଶ୍ରୀକାନ୍ତ ପାଣିଗ୍ରାହୀ ପ୍ରାରମ୍ଭରେ ଉଦ୍ଦେଶ୍ଯ ଜ୍ଞାପନ କରିବା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ । ଜିଲ୍ଲା, ସଦର ବ୍ଲକ ଓ ପୌରାଞ୍ଚଳର ସାମାଜିକ ସୁରକ୍ଷl ବିଭାଗ କର୍ମକର୍ତ୍ତାଗଣ ସହଯୋଗ କରିଥିଲେ ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS