ବିଶ୍ୱ ଦୃଷ୍ଟି ଦିବସ ଆଲୋଚନା ଚକ୍ର
‘ବ୍ରହ୍ମପୁର - ବିଶ୍ଵ ଦୃଷ୍ଟି ଦିବସ ଅବସରରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ରୁବୀ ଚକ୍ଷୁ ଚିକିତ୍ସାଳୟ ପରିସରରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ଚକ୍ଷୁ ସୁରକ୍ଷା ଓ ଚକ୍ଷୁ ର ମହତ୍ତ୍ଵ ନେଇ ବିଶଦ ଭାବେ ଆଲୋଚନା କରାଯାଇଥିଲା ।
ବିଶ୍ୱ ଦୃଷ୍ଟି ଦିବସ ଅବସରରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ତଥା ଚିକିତ୍ସାଳୟ ର ଚେୟାରମ୍ୟାନ ପ୍ରଫେସର ବି.ନାଗେଶ୍ଵର ରାଓ ସୁବୁଦ୍ଧି ଅଧ୍ୟକ୍ଷତା କରିବା ସହ ଦୃଷ୍ଟି ଅସ୍ପଷ୍ଟତା ଦୂର କରିବା ଓ ସମତୁଲ୍ୟ ଚକ୍ଷୁ ଚିକିତ୍ସା ପାଇଁ ସଚେତନତା ବୃଦ୍ଧି କରିବାକୁ ପ୍ରତିବର୍ଷ ଏହି ଦିବସ ଅକ୍ଟୋବର ମାସର ଦ୍ୱିତୀୟ ଗୁରୁବାର ଦିନ ପାଳନ କରାଯାଇ ଆସୁଛି ବୋଲି କହିବା ସହ ‘କାର୍ଯ୍ୟସ୍ଥଳରେ ଚକ୍ଷୁର ସୁରକ୍ଷା ପ୍ରତି ଗୁରୁତ୍ବ ଦେବା’ ହେଉଛି ଚଳିତ ବର୍ଷର ଅନୁଚିନ୍ତା, ଅନାବଶ୍ୟକ ଦୃଷ୍ଟିହୀନତା ଓ ଦୃଷ୍ଟି ଅସ୍ପଷ୍ଟତା ଦ୍ୱାରା ପ୍ରଭାବିତ ଲୋକଙ୍କ ପ୍ରତି ବିଶ୍ବସ୍ତରୀୟ ଧ୍ୟାନ ଆକର୍ଷଣ କରିବା ହେଉଛି ଏହି ଦିବସ ପାଳନର ଆଉ ଏକ ବିଶେଷତ । ଆନ୍ତର୍ଜାତୀୟ ସ୍ୱାସ୍ଥ୍ୟ ସଂସ୍ଥା ମାନଙ୍କ ଅନୁସାରେ, ବିଶ୍ୱରେ ଶହେ ନିୟୁତରୁ ଅଧିକ ଲୋକ ଏପର୍ଯ୍ୟନ୍ତ ଦୃଷ୍ଟି ଶକ୍ତି ହରାଇଛନ୍ତି। ଆଗକୁ ଏହା ଉପରେ ରୋକ ଲଗାଇବାକୁ ସଚେତନତା ସୃଷ୍ଟି ପାଇଁ ବିଶ୍ବ ଦୃଷ୍ଟିବସ ପାଳନର ପ୍ରମୁଖ ଲକ୍ଷ୍ୟ ରହିଛିବୋଲି ମତ ଦେଇଥିଲେ । ସେହି ପରି ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡ଼ା ଇ ଜୟନ୍ତୀ ରାଓ ଏହି ଅବସରରେ ଚକ୍ଷୁ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ ରାଜ୍ୟ ସରକାର, ଚିକିତ୍ସା ପ୍ରଦାନକାରୀ ଓ ସାମୁଦାୟିକ ଅଂଶଗ୍ରାହୀଙ୍କୁ ଉତ୍ସାହିତ କରାଯାଉଛି। ନିଜେ ନିଜର ଚକ୍ଷୁ ପ୍ରତି ଯତ୍ନ ରହିବା, ନିୟମିତ ବ୍ୟବଧାନରେ ଚକ୍ଷୁ ପରୀକ୍ଷା କରିବା ଓ ସୁରକ୍ଷାମୂଳକ ଅଭ୍ୟାସ ଅନୁସରଣ କରିବାକୁ ସାରା ବିଶ୍ବରେ ସଚେତନ କରାଯାଉଛି ବୋଲି କହିଥିଲେ ।ସେହି ପରୀ ଅନ୍ୟତମ ଅତିଥି ଭାବେ ଯୋଗ ଦେଇଥିବା ବରିଷ୍ଠ ଛାତି ରୋଗ ବିଶେଷଜ୍ଞ ପ୍ରଫେସର ଡ଼ା ନାରାୟଣ ମିଶ୍ର ଓ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ଡ଼ା ଶଙ୍କର୍ଷଣ ପାତ୍ର ଯୋଗ ଦେଇ ଚକ୍ଷୁ ଚିକିତ୍ସା କ୍ଷେତ୍ରରେ ସୁବିଧା ସୁଯୋଗ ଅଭାବରୁ ଅନେକ ଲୋକମାନେ ଦୃଷ୍ଟିହୀନତାର ସମ୍ମୁଖୀନ ହେଉଛନ୍ତି। ଏହା ଶିକ୍ଷା, ଚାକିରି ଓ ଜୀବନଧାରଣର ମାନକୁ ପ୍ରଭାବିତ କରେ। ବିଶ୍ୱ ଦୃଷ୍ଟି ଦିବସ ପାଳନ ବିଭିନ୍ନ ଦେଶରେ ବିଭିନ୍ନ ଭାବରେ ହୁଏ। ବିନାମୂଲ୍ୟର ଚକ୍ଷୁ ଚିକିତ୍ସା ଶିବିର, ଶିକ୍ଷାମୂଳକ କର୍ମଶାଳା ଆୟୋଜିତ ହୁଏ। ବିଶ୍ୱ ଦୃଷ୍ଟି ଦିବସ ହେଉଛି ଚକ୍ଷୁର ଅଧିକାର ପାଇଁ ଏକ ଆନ୍ଦୋଳନ।ତେଣୁ ସମସ୍ତେ ନିଜର ଚକ୍ଷୁ ର ସୁରକ୍ଷା ଲାଗି ଯତ୍ନବାନ ହେବାକୁ ଉଭୟ କହିଥିଲେ । ଫ୍ରେଣ୍ଡ୍ସକ୍ଲବ ର ସତ୍ୟକାମ ପାତ୍ର ,ଜେ.ସୁରେଶ, ବରିଷ୍ଠ ନାଗରିକ ପରିଷଦର ସିମାଞ୍ଚଳ ବିଶୋଇ ଏହି ଅବସରରେ ଉପସ୍ଥିତ ଥିଲେ ।ହସ୍ପିଟାଲ ର ନିର୍ଦ୍ଧେଶକ ଡ଼ା ପ୍ରବୀଣ ସୁବୁଦ୍ଧି ପାରମ୍ଭିକ ସୂଚନା ଦେଇଥିବା ବେଳେ ଶେଷରେ ନିର୍ଦ୍ଦେଶିକା ଡ଼ା ସ୍ୱେତା ପାତ୍ର ବିଶ୍ଵ ଦୃଷ୍ଟି ଦିବସ ସମ୍ପର୍କ ରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବହୁ ସ୍ଵେଚ୍ଛାସେବୀ ଅନୁଷ୍ଠାନ,ରୋଟାରୀ କ୍ଲବ, ହସ୍ କ୍ଲବ୍ , ଫ୍ରେଣ୍ଡ୍ ହେଲପିଂ କ୍ଲବ୍ ର କର୍ମକର୍ତ୍ତା ସାମିଲ ହୋଇଥିଲେ ।
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା
إرسال تعليق