BREAKING
Loading...
:

ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା! ଅଞ୍ଚଳର ଗୌରବମୟ ଐତିହକୁ ଲୋକମାନସରେ ଉଦ୍‌ଜିପିତ କରାଇବାରେ ବାଙ୍କୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ! ଶ୍ୟାମମଣୀ ଦେବୀ

 ବାଙ୍କୀ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା!

 ଅଞ୍ଚଳର ଗୌରବମୟ ଐତିହକୁ ଲୋକମାନସରେ ଉଦ୍‌ଜିପିତ କରାଇବାରେ ବାଙ୍କୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ! ଶ୍ୟାମମଣୀ ଦେବୀ

ବାଙ୍କୀ ( ମାନସ ରଞ୍ଜନ ସାହୁଙ୍କ ରିପୋର୍ଟ):ବାଙ୍କୀ ମହୋତ୍ସବର ରୌପ୍ୟ ଜୟନ୍ତୀ ବୁଧବାର ଦ୍ୱିତୀୟ ସନ୍ଧ୍ୟା ଉତ୍ସବରେ ମୁଖ୍ୟ ଅତିଥି ଭାବେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗଦାନ କରି ଓଡ଼ିଶୀ ନୃତ୍ୟର ପ୍ରଚାର ଓ ପ୍ରସାର ଏହି ବାଙ୍କୀ ମାଟିରୁ ଆରମ୍ଭ ହୋଇଥିଲା ଏବଂ  ବାଙ୍କୀ ଅଞ୍ଚଳର ଗୌରବମୟ ଐତିହକୁ ଲୋକମାନସରେ ଉଦ୍‌ଜିପିତ କରାଇବାରେ ବାଙ୍କୀର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମପଦ ପୁରସ୍କାରପ୍ରାପ୍ତ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର ଯୋଗଦାନ କରି ଓଡ଼ିଆ ସଂସ୍କୃତି ମହାନ୍ ଓ ଓଡ଼ିଆ ସଂସ୍କୃତିର ମୂଳକେନ୍ଦ୍ର ହେଲା ପ୍ରଭୁ ଶ୍ରୀ ଜଗନ୍ନାଥ ବୋଲି ଉଲ୍ଲେଖ କରିଥିଲେ ।  ସମ୍ମାନିତ ଅତିଥି ବାଙ୍କୀର ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ ଯୋଗଦାନ କରି ବାଙ୍କୀ ହେଉଛି ମା’ଚର୍ଚ୍ଚିକାର ମାଟି ବୋଲି କହିଥିଲେ । ଏହି ମାଟିରେ ବହୁ  ସାହିତ୍ୟିକ , କବି, କଳାକାର, ରାଜନୈତିକ , ସମାଜସେବୀ ଜନ୍ମ ନେଇ ବାଙ୍କୀ ମାଟିକୁ ସାରା ରାଜ୍ୟ ତଥା ଦେଶରେ ବାଙ୍କୀର ସୁନାମକୁ ସ୍ୱର୍ଣ୍ଣାକ୍ଷରରେ ଲେଖିଛନ୍ତି ବୋଲି ଡକ୍ଟର ପଟ୍ଟନାୟକ ଉଲ୍ଲେଖ କରିଥିଲେ । ସମ୍ମାନିତ ଅତିଥି ଭାବେ ମହୋତ୍ସବ କମିଟିର କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର, ଉପସଭାପତି ଅନନ୍ତ ଚରଣ ଦାସ, ବାଙ୍କୀ ବ୍ଲକ ଅଧ୍ୟକ୍ଷା ପୁଷ୍ପଲତା ସାମନ୍ତ, ଉପସଭାପତି ଭାଗିରଥି ପାଣି ପ୍ରମୁଖ ଯୋଗଦାନ କରିଥିଲେ । ମହୋତ୍ସବ କମିଟିର ସଭାପତି ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସଭାପତିତ୍ୱ କରିଥିବା ବେଳେ ଅନ୍ୟତମ ଉପସଭାପତି ସନ୍ତୋଷ କୁମାର ରଣା ଅତିଥି ପରିଚୟ ପ୍ରଦାନ କରିଥିଲେ । କମିଟିର ସଂପାଦକ ଗଣେଶ୍ୱର ସ୍ୱାଇଁ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଭାଗିରଥି ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ବାଙ୍କୀ କଳା, ସାହିତ୍ୟ ଓ ସଂସ୍କୃତି ପରିଷଦର କଳାକାରମାନେ ସ୍ୱଗାତ ସଂଗୀତ ପରିବେଷଣ କରିଥିଲେ । ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS