BREAKING
Loading...
:

ବାଙ୍କୀ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ପାଇଁ ସଂପାଦକଙ୍କ ସାମ୍ବାଦିକ ସମ୍ମିଳନୀ

 ବାଙ୍କୀ ମହୋତ୍ସବ ରୌପ୍ୟ ଜୟନ୍ତୀ ପାଳନ ପାଇଁ ସଂପାଦକଙ୍କ ସାମ୍ବାଦିକ ସମ୍ମିଳନୀ


ବାଙ୍କୀ,୫ା୧୦(ମାନସ ରଞ୍ଜନ ସାହୁ):ବାଙ୍କୀ ମାଟି ଅସ୍ମିତାର ପରିଚୟ ବାଙ୍କୀ ମହୋତ୍ସବ କୁମାର ପୂର୍ଣ୍ଣିମା ଅବସରରେ ଆସନ୍ତା ୭ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ୫ଦିନ ଧରି ମହାସମାରୋହରେ ତଥା ବର୍ଣ୍ଣାଢ଼୍ୟ ପରିବେଶରେ ଅନୁଷ୍ଠିତ ହେବବୋଲି ସାଧାରଣ ସଂପାଦକ ଡକ୍ଟର ଗଣେଶ୍ୱର ସ୍ୱାଇଁ ବାଙ୍କୀ ପ୍ରେସକ୍ଲବ ଠାରେ ଆଜି ସନ୍ଧ୍ୟାରେ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ୨୫ବର୍ଷ ପୂର୍ତ୍ତି ‘ରୌପ୍ୟ ଜୟନ୍ତୀ’ ମହୋତ୍ସବକୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରିବା ପାଇଁ ସ୍ଥିର କରାଯାଇଛି । ଏହି ଉତ୍ସବରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟଣମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ସାଂସଦ ଭର୍ତ୍ତୁହରି ମହତାବ, କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଇ ସାହେବ ସିନ୍ଦେ, ବାଙ୍କୀ ବିକାଶ ମଞ୍ଚ ଅଧ୍ୟକ୍ଷ ଶୁଭ୍ରାଂଶୁ ମୋହନ ପାଢ଼ୀ, ଉପଜିଲ୍ଲାପାଳ ତଥା ମୁଖ୍ୟ ଉପଦେଷ୍ଟା ପ୍ରଣବ କୁମାର ବେହେରା ଓ ପ୍ରତିଷ୍ଠାତା ସଭାପତି ପ୍ରଭାତ କୁମାର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିବେ । ଅନ୍ୟ ଦିବସରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀ , ପୂର୍ବତନ ବିଧାୟକ ଡକ୍ଟର ଦେବାଶିଷ ପଟ୍ଟନାୟକ, ଧର୍ମପଦ ପୁରସ୍କାର ପ୍ରାପ୍ତ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ର, ସମ୍ବାଦର ପ୍ରତିଷ୍ଠାତା ସୌମ୍ୟରଞ୍ଜନ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ ଶିବଟପ୍ପୋ, ବରେଣ୍ୟ ବାଗ୍ମୀ ଡକ୍ଟର ମୃତ୍ୟୁଞ୍ଜୟ ରଥ, ପ୍ରଫେସର ହରେକୃଷ୍ଣ ଶତପଥୀ, ସାହିତ୍ୟିକ ଶ୍ରୀ ଦାସ ବେନହୁର, ସାଂସ୍କୃତିକ ଗବେଷକ ଡାକ୍ତର କୃଷ୍ଣକେଶବ ଷଡଙ୍ଗୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର, ସିନେକଳାକାର କୃଷ୍ଣକେଶବ ଷଡଙ୍ଗୀ, ସ୍ତମ୍ଭକାର ଡକ୍ଟର ସତ୍ୟରାୟ, ସିନେକଳାକାର ଡକ୍ଟର ଅନଙ୍ଗ ଦ୍ୱିବେଦୀ ଯୋଗଦେବା ପାଇଁ ସ୍ୱୀକୃତି ପ୍ରଦାନ କରିଛନ୍ତି । ଚଳିତ ବର୍ଷ ବାଙ୍କୀ ମାଟିର କୃତବିତ୍ ସନ୍ତାନ ନ୍ୟାୟଧିଶ ନିଶାମଣି ପୃଷ୍ଟି ଓ ଚିକିତ୍ସକ ଡାକ୍ତର ହରିହର ପଣ୍ଡାଙ୍କୁ ସର୍ବୋଚ୍ଚ ଚର୍ଚ୍ଚିକା ସମ୍ମାନରେ ସମ୍ମାନିତ କରାଯିବ । ପୂର୍ବତନ ସଂପାଦକ ଅଜୟ କୁମାର ସ୍ୱାଇଁ, ସମାଜସେବୀ ବ୍ରଜକିଶୋର ମହାପାତ୍ର, ଚନ୍ଦ୍ରମଣି ସାହୁ, ଜଳଧର ସେଠୀ, ଶିକ୍ଷାବିତ୍ ବିଷ୍ଣୁ ପ୍ରସାଦ ତ୍ରିପାଠୀ, ଯୁବକ୍ରିଡାବିତ୍ ଶ୍ରୀମାନ୍ ସାଇସ୍ୱରୂପ ସ୍ୱାଇଁ ପ୍ରମୁଖଙ୍କୁ ମହୋତ୍ସବ ସମ୍ମାନରେ ସମ୍ମାନିତ କରାଯିବ । ଏହା ସହିତ ସଭାପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ବାଙ୍କୀ ମହୋତ୍ସବ ସମସ୍ତ ବାଙ୍କୀବାସୀଙ୍କର ତେଣୁ ସମସ୍ତେ ସହଯୋଗ କରିବା ପାଇଁ କର୍ମକର୍ତ୍ତାମାନେ ଅନୁରୋଧ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ସନାତନ ବେହେରା, ସନ୍ତୋଷ କୁମାର ରଣା, ଭାଗିରଥି ବିଶ୍ୱାଳ, ଭାଗିରଥି ପାଣି, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ର ପାଢୀ, କୋଷାଧ୍ୟକ୍ଷ ସମରେନ୍ଦ୍ର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ଉତ୍ସବକୁ କିପରି ସରସ ସୁନ୍ଦର କରାଯିବ ସେଥିପାଇଁ ନିଜ ନିଜର ମତପ୍ରକାଶ କରିଥିଲେ, କାଉନସିଲର ପଠାଣୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ମଣିଭଦ୍ରା ଖବର, ବାଙ୍କୀ 

Post a Comment

أحدث أقدم
Header ADS