BREAKING
Loading...
:

ଜନ୍ମରୁ ଦିବ୍ୟାଙ୍ଗ ୯0ପ୍ରତିଶତ ଭିନ୍ନକ୍ଷମ ଥାଇବି ମିଳୁନି ୩୫୦୦ ଟଙ୍କା ଭତ୍ତା

 **ଜନ୍ମରୁ ଦିବ୍ୟାଙ୍ଗ ୯0ପ୍ରତିଶତ ଭିନ୍ନକ୍ଷମ ଥାଇବି ମିଳୁନି ୩୫୦୦ ଟଙ୍କା ଭତ୍ତା** 



ମୁକବଧିର ସାଜିଛି ସାଜିଛି ପ୍ରଶାସନ 


ମ. ରାମପୁର//

କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ୍ ମାଣିକେରା ପଞ୍ଚାୟତର ଅରସକୁପା ଗ୍ରାମର କେଶବ ଧରୁଆ ଜନ୍ମରୁ ଦିବ୍ୟାଙ୍ଗ ଧରୁଆ ବହୁତ କଷ୍ଟ ରେ ଜୀବନ ଯାପନ କରୁଛନ୍ତି । ତେବେ ସରକାର ଙ୍କ ନୂଆ ନିୟମ ରେ ୮୦ପ୍ରତିଶତ ଭିନ୍ନକ୍ଷମ ମାନଙ୍କୁ ୩୫୦୦ ଘୋଷଣା କରିଛନ୍ତି ହେଲେ ତାଙ୍କର ୯0 ପ୍ରତିଶତ ସାଟିଫିକେଟ ରେ ଉଲ୍ଲେଖ ରହିଛି ତଥାପି ସେ ଆଜି ୧୫୦୦ ଟଙ୍କା ଭତ୍ତା ପାଉଛନ୍ତି କେଉଁ ତ୍ରୁଟି ପାଇଁ ଧରୁଆ ୩୫୦୦ ଟଙ୍କା ଭତା ପାଇବାରୁ ବଞ୍ଚିତ ଅଛନ୍ତି ତାହା ଆଜିପଯ୍ୟନ୍ତ ତାଙ୍କୁ ଜଣାନାହିଁ ।

ତାଙ୍କର ସମସ୍ତ କାଗଜ ପତ୍ର ଠିକ ଅଛି ବୋଲି ସେ କହୁଛନ୍ତି ସେ ଯେଉଁଆଡେ ଗଲେ ଆଣ୍ଠେଇ ଆଣ୍ଠେଇ ଯିବାକୁ ପଡେ ଅନ୍ୟର ସାହାରା ରେ ସେ ବଞ୍ଚୁଛନ୍ତି ହେଲେ ପରିତାପର ବିଷୟ ଆଜି ପର୍ଯ୍ୟନ୍ତ ତାଙ୍କୁ ହୁଇଲଚେୟାର କିମ୍ବା ଟ୍ରାଇ ସାଇକେଲ ଟେ ମଧ୍ୟ ମିଳିନାହିଁ l

ସେ ଯଦି କୌଣସି ସ୍ଥାନକୁ ଯିବାକୁ ହେଲେ ଅନ୍ୟ ର ସାହାରା ରେ ଯିବାକୁ ପଡେ ସରପଞ୍ଚଠୁ ନେଇ ବ୍ଲକ ଅଧିକାରୀଙ୍କୁ ବହୁବାର ଜଣାଇଲାପରେ ମଧ୍ୟ ଫଳ ଶୂନ୍ୟ କେହି  କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି l 

ଜଣେ ଶତପ୍ରତିଶତ ଅସହାୟ ଭିନ୍ନକ୍ଷମ ଦେହରେ ବଳ ନାହିଁ , ଖାଇବାକୁ ପଇସା ନାହିଁ  ଅନ୍ୟର ସାହାରା ବଞ୍ଚୁଥିବା ମଣିଷକୁ ସରକାର  ଅଣଦେଖା କରିବା କେତେ ଦୂର ଠିକ । ଦେଖିବାକୁ ବାକି ରହିଲା କେବେ ଚେତୁଛି ବ୍ଲକ ପ୍ରଶାସନ , କେବେ ମିଳୁଛି ଦିବ୍ୟାଙ୍ଗ କୁ ୩୫୦୦ ଟଙ୍କା ଭତ୍ତା ।

ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା 

Post a Comment

أحدث أقدم
Header ADS