*ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁ ଦିବସ ପାଳିତ:
ଭବାନୀପାଟଣା -: ସ୍ଥାନୀୟ ତାରିଣୀ ମନ୍ଦିର ରୋଡ଼ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲରେ ଗୁରୁଦିବସ ପାଳିତ ହୋଇଯାଇଛି | ଭାରତୀୟ ସଂସ୍କୃତି ଓ ପରମ୍ପରା ରେ ଗୁରୁ ଙ୍କ ପୂଜା ବହୁ ପ୍ରାଚୀନ ଓ ପୁରାତନ, ଗୁରୁ ଶିଷ୍ୟ ସମ୍ପର୍କ ଖୁବ ନିବିଡ଼ | ଶାସ୍ତ୍ର ରେ ଅଛି " ଗୁରୁଙ୍କୁ ନ ମଣିବ ନର ଗୁରୁ ଯେ ସାକ୍ଷାତ ଈଶ୍ୱର" | ପ୍ରତିବର୍ଷ ସେପ୍ଟେମ୍ବର ପାଞ୍ଚ ଦେଶର ବିଶିଷ୍ଠ ଶିକ୍ଷାବିତ, ଦାର୍ଶନିକ, ରାଜନେତା ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ଓ ଦ୍ୱିତୀୟ ରାଷ୍ଟ୍ରପତି ଡ଼. ସର୍ବପଲ୍ଲୀ ରାଧାକ୍ରିଷ୍ଣାନ ଙ୍କ ପୁଣ୍ୟ ଜନ୍ମତିଥି କୁ ଗୁରୁଦିବସ ରୂପେ ପାଳିତ ହେଉଛି ବୋଲି ସ୍କୁଲର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼. ଶିବରାମ ନାୟକ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀ ଙ୍କୁ ଉଦବୋଧନ ଦେଇଥିଲେ | ମହାଭାରତ ରୁ ଆମେ ଜାଣିପାରିବା ବୀର ଅର୍ଜୁନଙ୍କ ଧନୁର୍ବିଦ୍ୟା ର ସଫଳତା ପଛରେ ଥିଲେ ଗୁରୁ ଦ୍ରୋଣାଚାର୍ଯ୍ୟ ଓ କ୍ରିକେଟ ଜଗତ ର ତାରକା ସଚିନ ତେନ୍ଦୁଲକର ଙ୍କ ସଫଳତା ପଛରେ ଗୁରୁ ରମାକାନ୍ତ ଅଚେରକର ଏଣୁ ମଣିଷ ଜୀବନ ର ସଫଳତା ରେ ଗୁରୁଙ୍କ ଭୂମିକା ଅସ୍ବୀକାର କରାଯାଇପାରେନା ବୋଲି ମୁଖ୍ୟ ଅତିଥି ଭାବେ ବିଶିଷ୍ଠ ଅବସର ପ୍ରାପ୍ତ ସେନା ଅଧିକାରୀ ସରୋଜ କୁମାର ରାଜଗୁରୁ ବକ୍ତବ୍ୟ ରଖିଥିଲେ | ବରିଷ୍ଠ ଶିଶୁ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଓ ଶିକ୍ଷାବିତ୍ ମଧୁସ୍ମିତା ଧଙ୍ଗଡ଼ାମାଝୀ ସଂମ୍ନାନିତ ଅତିଥି ରୂପେ ଯୋଗ ଦେଇଥିଲେ | ପ୍ରଥମେ ଡ଼. ରାଧାକ୍ରିଷ୍ଣନ ଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା | ଶତାଧିକ ସ୍କୁଲର ଛାତ୍ରଛାତ୍ରୀ ଅଭିଭାବକ ଉପସ୍ଥିତ ଥିବା ବେଳେ ଶିକ୍ଷୟିତ୍ରୀ ଚନ୍ଦ୍ରପ୍ରଭା ମିଶ୍ର, ସରିତା ବାଗେଲେ, ସୁଶୀସ୍ମିତା ସାହୁ, ତପଶ୍ୱନୀ ଦୁର୍ଗା, ଧନମନ୍ତ ବେମାଲ ସହଯୋଗ କରିଥିଲେ ଓ ଶିକ୍ଷକ ପବିତ୍ର ମହାନନ୍ଦ ଧନ୍ୟବାଦ ଦେଇଥିଲେ |
ଡ଼ ପ୍ରଦୀପ୍ତ କୁମାର ମିଶ୍ର, ସ୍ବତନ୍ତ୍ର ପ୍ରତିନିଧି ଓଡ଼ିଶା


إرسال تعليق