BREAKING
Loading...
:

ଅଭିଷେକ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂରେ ପାକିସ୍ଥାନ ହତାଶ, ଭାରତର ବିପୁଳ ବିଜୟ

 ଅଭିଷେକ ଶର୍ମାଙ୍କ ଧୁଆଁଧାର ବ୍ୟାଟିଂରେ ପାକିସ୍ଥାନ ହତାଶ, ଭାରତର ବିପୁଳ ବିଜୟ

ବ୍ୟୁରୋ (ମଣିଭଦ୍ରା ଖବର) ଏସିଆ କପର ଏକ ହାଇଭୋଲଟେଜ ମ୍ୟାଚରେ ପାରମ୍ପରିକ ପ୍ରତିଦ୍ବନ୍ଦି ପାକିସ୍ଥାନକୁ ହରାଇ ସୁପର -୪ର ପ୍ରଥମ ମ୍ୟାଚରେ ବିପୁଳ ବିଜୟ ଲାଭ କରିଛି ଭାରତ । ଟସ୍ ଜିତି ଭାରତ ପ୍ରଥମେ ଫିଲଡି° ନିଷ୍ପତ୍ତି ନେଇଥିଲା । ପାକିସ୍ଥାନ ୨୦ ଓଭରରେ ୫ ଓ୍ବିକେଟ ହରାଇ ୧୭୧ ରନ୍ ସଂଗ୍ରହ କରିଥିଲା । 

ଜବାବରେ ଭାରତର ଦୁଇ ଓପନି° ଯୋଡି ଅଭିଷେକ ଶର୍ମା ଏବଂ ଶୁବମନ୍ ଗିଲ୍ ଧୁଆଁଧାର ବ୍ୟାଟିଂ କରିଥିଲେ । ଓପନି° ଯୋଡ଼ି ୧୦୫ ରନ୍ ସଂଗ୍ରହ କରିଥିବା ବେଳେ ଶୁବମନ ଗିଲ ୪୭ ରନ୍ କରି ଆଉଟ୍ ହୋଇଥିଲେ । ଅଭିଷେକ ଶର୍ମା ୩୯ ବଲରେ ଦ୍ରୁତ ୭୪ ରନ୍ ସଂଗ୍ରହ କରି ମ୍ୟାଚଟିକୁ ନିଜ ଅକ୍ତିଆରକୁ ଆଣିଥିଲେ । ଭାରତ ୧୮.୫ ଓଭରରେ ଆବଶ୍ୟକୀୟ ରନ୍ ସଂଗ୍ରହ କରି ବିଜୟ ଲାଭ କରିଥିବା ଜଣାପଡିଛି ।ଭାରତର ଏହି ବିଜୟରେ ସାରା ଦେଶରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ଅନେକ ସ୍ଥାନରେ ବିଜୟ ଉତ୍ସବ ପାଳନ କରାଯାଉଛି । 

ମଣିଭଦ୍ରା ଖବର,

Post a Comment

أحدث أقدم
Header ADS