BREAKING
Loading...
:

ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ଉନ୍ନତିରେ ବାଧକ ସାଜିଛନ୍ତି ଜବରଦଖଲକାରୀ,ଫେରିଗଲା ଅନୁଦାନ ଅର୍ଥ

 ଖଣ୍ଡପଡ଼ା ଓଡିଶା ଆଦର୍ଶ ବିଦ୍ୟାଳୟ ଉନ୍ନତିରେ ବାଧକ ସାଜିଛନ୍ତି ଜବରଦଖଲକାରୀ,ଫେରିଗଲା ଅନୁଦାନ ଅର୍ଥ 



ଖଣ୍ଡପଡ଼ା ୨୨|୯ (ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର): ଶିକ୍ଷାଦାନ  କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଥିବା ଖଣ୍ଡପଡ଼ାସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟଟି ବିଭିନ୍ନ  ସମସ୍ୟା ମଧ୍ୟଦେଇ ଗତି କରୁଥିବାରୁ ଛାତ୍ରଛାତ୍ରୀଙ୍କ  ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।ଉକ୍ତ  ବିଦ୍ୟାଳୟର ଉନ୍ନତିକରଣ କାର୍ଯ୍ଯରେ ଜବରଦଖଲକାରୀମାନେ ବାଧକ ସାଜିଥିବା ବେଳେ ସବୁ ଜାଣି କଛି ନଜାଣିବା ନ୍ୟାୟରେ ପ୍ରଶାସନ ନିଦାବିଷ୍ଣୁ ପାଲଟିଥିବା ଜଣାପଡିଛି।ଖଣ୍ଡପଡ଼ା ସହରର ବାଇପାସ ରାସ୍ତା ପାର୍ଶ୍ବରେ ସ୍ଥାପିତ ଏହି ବିଦ୍ୟାଳୟର ପଛପାର୍ଶ୍ବରେ ଥିବା ବିସ୍ତିର୍ଣ୍ଣ ସରକାରୀ ଜାଗା ଦିର୍ଘ ବର୍ଷ ଧରି ଜବରଦଖଲକାରୀଙ୍କ କବଜାରେ କବଳିତ ହୋଇ ରହିଛି।ଉକ୍ତ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବାରେ ଖଣ୍ଡପଡ଼ା ତହସିଲ ପ୍ରଶାସନ ବିଫଳ ହୋଇଥିବା ଜଣାପଡିଛି। ଫଳରେ ଉକ୍ତ ସ୍ଥାନରେ ବାହ୍ୟ ପ୍ରାଚୀର ନିର୍ମାଣ  ନିମନ୍ତେ ସରକାରଙ୍କ ପକ୍ଷରୁ ମଞ୍ଜୁର ଅନୁଦାନ ଅର୍ଥ  ବିନିଯୋଗ ହୋଇ ନପାରି ଏବେ ଫେରି ଯାଇଥିବା ଖଣ୍ଡପଡ଼ା ପୂର୍ତ୍ତବିଭାଗ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ କାର୍ଯ୍ଯାଳୟ ସୁତ୍ରରୁ ଜଣାପଡିଛି।ଏଥିପ୍ରତି ନୟାଗଡ ଜିଲ୍ଲାପାଳ ଓ ରାଜସ୍ବ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟିଦେଇ ସରକାରୀ ଜାଗାରୁ ତୁରନ୍ତ ଜବରଦଖଲକାରୀଙ୍କୁ ହଟାଇବାକୁ ଖଣ୍ଡପଡ଼ା ସହରବାସୀ ଦାବି କରିଛନ୍ତି।ସେହିପରି ବିଦ୍ୟାଳୟର ଛାତ୍ରାବାସ ନଥିବାରୁ ଛାତ୍ରଛାତ୍ରୀମାନେ ସହରର ବିଭିନ୍ନ ସ୍ଥାନରେ ଥିବା ଘରୋଇ ଛାତ୍ରାବାସରେ ଅତି ଦୟନୀୟ ସ୍ଥିତିରେ ରହୁଥିବାରୁ ଅଭିଭାବକ ମହଲରେ ଅସନ୍ତୋଷର କାରଣ ପାଲଟିଛି।ପୁନଶ୍ଚ କେତେକ ଛାତ୍ରଛାତ୍ରୀ ଦୈନିକ ଯାନବାହାନ ଯୋଗେ ବିଦ୍ୟାଳୟକୁ   ପାଠ ପଢିବା ନିମନ୍ତେ ଯାତାୟତ କରୁଥିବା ଜଣାପଡିଛି।ବିଦ୍ୟାଳୟର ଛାତ୍ରାବାସ ନିର୍ମାଣ ନିମନ୍ତେ ସରକାରଙ୍କ ପକ୍ଷରୁ ଅନୁଦାନ ଅର୍ଥ ମଞ୍ଜୁର ହୋଇଥିଲା। ମାତ୍ର ଛାତ୍ରାବାସ ନିର୍ମାଣ ନିମନ୍ତେ ଆବଶ୍ୟକୀୟ ସରକାରୀ ଜାଗା ଯୋଗାଇ ଦେବାରେ ତହସିଲ ପ୍ରଶାସନ ବିଫଳ ହେବାରୁ ଅନୁଦାନ ଅର୍ଥ ବିନିଯୋଗ ହୋଇ ନପାରି ଫେରି ଯାଇଥିବା ପ୍ରଶାସନ ସୁତ୍ରରୁ ଜଣାଯାଇଛି।ପ୍ରକାଶଥାଉକି ଖଣ୍ଡପଡ଼ା ସହରର ବିଭିନ୍ନ ସ୍ଥାନରେ ପ୍ରଭାବଶାଳୀ ବ୍ୟକ୍ତିମାନେ ଆଡ୍ଡା  ଜମାଇବା  ସହ ଏକର ଏକର ମୂଲ୍ୟବାନ ସରକାରୀ ଜାଗାକୁ ବର୍ଷ ବର୍ଷ ଧରି ନିଜ ନିଜ ଅକ୍ତିଆରରେ ରଖିଥିଲେ ହେଁ ଉକ୍ତ ସ୍ଥାନରୁ ଜବରଦଖଲକାରୀଙ୍କୁ ହଟାଇବାରେ ପ୍ରଶାସନ ବିଫଳ ହୋଇଥିବା ଜଣାପଡିଛି।ଫଳରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ମଞ୍ଜୁର ଅନୁଦାନ ଅର୍ଥ ବିନିଯୋଗ ହୋଇ ନପାରି ଫେରିଯିବା ଘଟଣାକୁ ନେଇ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।ତେଣୁ ଏ ଦିଗରେ ନୟାଗଡ ଜିଲ୍ଲାପାଳ ଓ ରାଜସ୍ବ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ସରକାରୀ ଜାଗାରୁ ତୁରନ୍ତ ଜବରଦଖଲକାରୀଙ୍କୁ ହଟାଇବାକୁ ସହରବାସୀ ଦାବି କରିଛନ୍ତି। ଏ ସଂର୍ପକରେ ଖଣ୍ଡପଡ଼ା ତହସିଲଦାର ବିଶ୍ବବିଶୃତ ତ୍ରିପାଠୀଙ୍କୁ ପଚାରିବାରେ ସରକାରୀ ଜାଗାରୁ ଜବରଦଖଲକାରୀମାନଙ୍କୁ ହଟାଇବା ନିମନ୍ତେ ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି।

ମଣିଭଦ୍ରା ଖବର, ଖଣ୍ଡପଡ଼ା 

Post a Comment

Previous Post Next Post
Header ADS